ଆତଙ୍କବାଦୀଙ୍କ ଗୁଳିରେ ଟଳି ପଡ଼ିଲେ କଶ୍ମୀର ପଣ୍ଡିତ

ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ପୁଣି ଥରେ ସୋପିଆନ ଜିଲ୍ଲାରେ ଜଣେ ନାଗରିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତକ ହେଉଛନ୍ତି କାଶ୍ମୀର ପଣ୍ଡିତ ପୁରନ କୃଷ୍ଣ ଭଟ୍ଟ। ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ପାଇଁ ଅଦ୍ୟାବଧି କୌଣସି ଆତଙ୍କୀ ସଂଗଠନ ନିଜକୁ ଦାୟୀ କରି ନାହାନ୍ତି।
ଆଜି ସକାଳେ କୃଷ୍ଣ ସୋପିଆନର ଚୌଧୁରୀ ଗୁଣ୍ଡ ସ୍ଥିତ ତାଙ୍କ ଘର ବାହାରେ ଛିଡ଼ା ହୋଇଥିଲେ। ଏହି ସମୟରେ ତାଙ୍କୁ ଆତଙ୍କବାଦୀମାନେ ପଛପଟୁ ଏକାଧିକ ରାଉଣ୍ଡ ଗୁଳି ଚଳାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ସୋପିଆନ ଜିଲ୍ଲା ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣା ପରେ ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ କର୍ଡନ କରି ଫେରାର ଆତଙ୍କୀଙ୍କୁ ଧରିବା ପାଇଁ ଚେଷ୍ଟା କରୁଛନ୍ତି। ହେଲେ ଏଯାଏ ଆତଙ୍କୀମାନଙ୍କ କୌଣସି ପତ୍ତା ମିଳି ନଥିବା କଶ୍ମୀର ଜୋନ ପୁଲିସ୍ ଟ୍ୱିଟ କରି ସୂଚନା ଦେଇଛି।
ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି, “ପୂର୍ଣ୍ଣଙ୍କୁ ତାଙ୍କ ଘର ପାଖରେ ପଛ ପଟୁ ଆତଙ୍କବାଦୀମାନେ ଗୁଳି କରିଛନ୍ତି। ତାଙ୍କର ନିଜସ୍ୱ ବ୍ୟବସାୟ ଥିଲା। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଛନ୍ତି। ଝିଅ ୭ମ ଶ୍ରେଣୀ ଓ ପୁଅ ୫ମ ଶ୍ରେଣୀରେ ପଢ଼ୁଛନ୍ତି।” ଏହି ଘଟଣାକୁ ନେଇ ଘାଟିରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କାଶ୍ମୀର ଜୋନ ପୁଲିସ୍ ଟୁଇଟ୍ କରି ଘଟଣା ସଂପର୍କରେ ସୂଚନା ଦେଇଛନ୍ତି। କେଉଁ ସଂଗଠନ ଟାର୍ଗେଟ୍ କିଲିଂ ଘଟଣା ଘଟାଇଛି ଏହି ବିଷୟରେ ପୋଲିସ ନିକଟରେ କୌଣସି ସୂଚନା ନାହିଁ।
Powered by Froala Editor