୬୨ ଲକ୍ଷ ଟଙ୍କାରେ ବିକ୍ରି ହେଲା ହଳେ ଜିନ୍ସ

ହଳେ ଜିନ୍ସ ୬୨ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ୧୮୮୦ ମସିହାରେ ଆମେରିକାର ଏକ ନିର୍ଜନ ଖଣିଖାଦାନରୁ ଏହି ଜିନ୍ସ ମିଳିଥିଲା । ଇତିମଧ୍ୟରେ ୧୦୦ ବର୍ଷରୁ ଅଧିକ ବିତି ଯାଇଛି । ଏହା ସତ୍ତ୍ୱେ ଆଜି ବି ଏହା ପିନ୍ଧିବା ଯୋଗ୍ୟ ରହିଛି । ୱାଲ ଷ୍ଟି୍ରଟ ଜର୍ନାଲ ଅନୁସାରେ, ଆମେରିକାର ନୁ୍ୟ ମେକ୍ସିକୋରେ ଏହି ଜିନ୍ସର ନିଲାମ ହୋଇଛି । ଲେଭି ଷ୍ଟ୍ର୍ରସ ଆଣ୍ଡ କୋ ବ୍ରାଣ୍ଡର ଏହି ଜିନ୍ସ ଗୋଲ୍ଡ ରଶ ସମୟର ବୋଲି ନିଲାମ ବେଳେ ସୂଚନା ଦିଆଯାଇଥିଲା । ବେଲ ହପର୍ଟ ଓ ଜିପ ଷ୍ଟିଭନସନ ମିଳିତ ଭାବରେ ଏହି ଯୋଡାକ ଜିନ୍ସକୁ କିଣିଛନ୍ତି । କେଲ ହପର୍ଟ ହେଉଛନ୍ତି ପୁରୁଣା ପୋଷାକର ଡିଲର । ଜିନ୍ସର ନିଲାମ ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାର ମୂଲ୍ୟକସୁ ନେଇ ସାଧାରଣ ଲୋକ ଚକିତ ହେଉଛନ୍ତି । ଆମେରିକୀୟ କପଡା କମ୍ପାନୀ ଲିଭାଇସର ସ୍ଥାପନା ୧୮୫୩ ମସିହାରେ ହୋଇଥିଲା । ଡେନିମ ଜିନ୍ସପାଇଁ ଏହା ସମଗ୍ର ବିଶ୍ୱରେ ପ୍ରସିଦ୍ଧଲାଭ କରିଛି ।କମ୍ପାନୀର ଔପଚାରକ ୱେବସାଇଟରେ ଯେଉ ତଥ୍ୟ ରହିଛି , ସେହି ଅନୁସାରେ , ଜର୍ମାନୀରେ ଜନ୍ମିତ ଲେଭି ଷ୍ଟ୍ରସ ଗୋଲଡ ରଶ ଯୁଗ ରେ ସାନ ଫ୍ରାନ୍ସିସ୍କୋ ଆସିଥିଲେ ।
Powered by Froala Editor