ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ତାରିଖ ଘୋଷଣା, ଗୁଜୁରାଟ ପାଇଁ ହେଲାନି: କାରଣ କହିଲେ ନିର୍ବାଚନ କମିଶନର
ଶୁକ୍ରବାର ଗୁଜୁରାଟ, ହିମାଚଳ ପ୍ରଦେଶର ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରାଯିବ ବୋଲି ଆଶା କରାଯାଉଥିଲା। ହେଲେ ନିର୍ବାଚନ କମିଶନ କେବଳ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି।
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ କୌଣସି ନିୟମ ଉଲ୍ଲଙ୍ଘନ କରାଯାଇନାହିଁ। ଦୁଇ ରାଜ୍ୟ(ଗୁଜରାଟ ଓ ହିମାଚଳ ପ୍ରଦେଶ)ର ବିଧାନସଭା କାର୍ଯ୍ୟ ଶେଷ ହେବା ମଧ୍ୟରେ ୪୦ ଦିନର ବ୍ୟବଧାନ ରହିଛି। ନିୟମ ଅନୁସାରେ ଏହା ୩୦ ଦିନର ବ୍ୟବଧାନ ରହିବା ଉଚିତ। ଫଳରେ ଗୋଟିଏ ରାଜ୍ୟର ରେଜଲ୍ଟ ଆଉ ଗୋଟିଏ ରାଜ୍ୟର ନିର୍ବାଚନ ଉପରେ ପ୍ରଭାବ ପକା ପାରିବ ନାହିଁ ବୋଲି ସେ କହିଛନ୍ତି। ଦୀପାବଳି ଅର୍ଥାତ୍ ଆସନ୍ତା ୨୪ ତାରିଖ ପରେ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ହୋଇପାରେ।
ରାଜୀବ କୁମାର ଆହୁରି କହିଛନ୍ତି, “ପାଗ ସମେତ ଅନେକ କଥାକୁ ବିଚାରକୁ ନିଆଯାଇଛି। ତୁଷାରପାତ ପୂର୍ବରୁ ଆମେ ହିମାଚଳ ପ୍ରଦେଶ ନିର୍ବାଚନ ଶେଷ କରିବାକୁ ଲକ୍ଷ୍ୟ ରଖିଛୁ। ବିଭିନ୍ନ ଅଂଶିଦାରଙ୍କ ସହ କଥାବାର୍ତ୍ତା ଓ ବିଚାର ପରେ ନିଷ୍ପତ୍ତି ନିଆଯାଇଛି।”
ତାରିଖ ଘୋଷଣା ହେବା ସହ ନିର୍ବାଚନ ଆଚରଣବିଧିକୁ ଲାଗୁ ହୋଇଛି। ତେବେ ୭୦ ଦିନ ବଦଳରେ ହିମାଚଳ ପ୍ରଦେଶରେ ୫୭ ଦିନ ପାଇଁ ନିର୍ବାଚନ ଆଚରଣ ବିଧି ଲାଗୁ ହେବୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନଭେମ୍ବର ୧୨ରେ ହିମାଚଳରେ ଭୋଟିଂ ହେବାକୁ ଥିବା ବେଳେ ପ୍ରାୟ ମାସକ ପରେ ଅର୍ଥାତ ଡିସେମ୍ବର ୮ରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଅନ୍ୟପଟେ, ଅକ୍ଟୋବର ୧୭ରେ ନିର୍ବାଚନ ସମ୍ପର୍କୀତ ଚୂଡାନ୍ତ ବିଜ୍ଞପ୍ତି,୧୫ରେ ନାମାଙ୍କନପତ୍ର ଦାଖଲ ,୨୭ରେ ଯାଞ୍ଚ ଏବଂ ୨୭ରେ ନାମାଙ୍କନ ପ୍ରତ୍ୟାହାର ପାଇଁ ତାରିଖ ଘୋଷଣା ହୋଇଛି।
Powered by Froala Editor