ଏକ୍ସପ୍ରେସୱେରେ BMW ଏବଂ କଣ୍ଟେନର ଦୁର୍ଘଟଣା, ୪ ଜଣଙ୍କ ମୃତ୍ୟୁ

ଉତ୍ତରପ୍ରଦେଶର ସୁଲତାନପୁରର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। BMW ଏବଂ କଣ୍ଟେନର ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ଖବର ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁ ଦୁର୍ଘଟଣା ଘଟିଥିବା ରାସ୍ତାର କିଛି ଅଂଶ ବୁଡ଼ିଯାଇଥିଲା। ଫଳରେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଗୋଟିଏ କଣ୍ଟେନର ଏକ୍ସପ୍ରେସ ୱେରେ ଲକ୍ଷ୍ନୌରୁ ଆସୁଥିବା ବେଳେ BMWଟି ବିପରୀତ ଦିଗରୁ ଯାଉଥିଲା। ଏହାର ସ୍ପିଡ ପ୍ରାୟ ଘଣ୍ଟା ପ୍ରତି ୧୫୦ କିମି ଥିବା କୁହାଯାଉଛି। ଏହି ସ୍ପିଡରେ ଦୁଇଟି ଯାକ ଗାଡ଼ି ପରସ୍ପରକୁ ଧକ୍କା ଦେଇଥିଲା। ସ୍ଥିତି ଏପରି ହୋଇଥିଲା ଯେ BMWର ଇଞ୍ଜିନ ଓ କାରରେ ଥିବା ୪ ଜଣ ଦୁର୍ଘଟଣା ପରେ କିଛି ବାଟ ଛିଟିକି ପଡ଼ିଥିଲେ।
କାରର ବାକି ଅଂଶରେ କଣ୍ଟେନର ମାଡ଼ି ଯାଇଥିଲା। ମୃତ ୪ ଜଣଙ୍କ ମଧ୍ୟରୁ ଜଣଙ୍କ ମୁଣ୍ଡ ଗଣ୍ଡିରୁ ଅଲଗା ବି ହୋଇଯାଇଥିବା ଜଣାପଡ଼ିଛି। ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ଦୁର୍ଘଟଣାଗ୍ରସ୍ତ କାର୍ର ନମ୍ବର ହେଉଛି UK 01 C 0009। ଗାଡ଼ିଟି ଉତ୍ତରାଖଣ୍ଡର ବୋଲି ଅନୁମାନ କରାଯାଇଛି। ଖବର ପୁଲିସ ଟିମ ଓ ୟୁପିଡିଏ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ତଦନ୍ତ ଆରମ୍ଭ କରିଛନ୍ତି।
Powered by Froala Editor