ଅରିହନ୍ତରୁ ବାଲିଷ୍ଟିକ ମିସାଇଲ୍ର ପରୀକ୍ଷଣ ସଫଳ

ଆଇଏନ୍ଏସ୍ ଅରିହନ୍ତରୁ ବାଲିଷ୍ଟିକ ମିସାଇଲ୍ର ସଫଳ ପରୀକ୍ଷଣ ହୋଇଛି। ଏହି କ୍ଷେପଣାସ୍ତ୍ର ବଙ୍ଗୋପସାଗରେ ଏକ ନିର୍ଦ୍ଧାରିତ ଟାର୍ଗେଟକୁ ସଫଳତାର ସହ ଭେଦ କରିଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ଭାରତର ଏସଏଲବିଏମ କାର୍ଯ୍ୟକ୍ରମର ସଫଳତାକୁ ଦର୍ଶାଉଛି । ଭାରତର ଆଣବିକ ଶକ୍ତି କ୍ଷମତାକୁ ସଶକ୍ତ କରିବାକୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି ।
ଭାରତୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବୁଡ଼ାଜାହାଜ ବର୍ତ୍ତମାନ ବଙ୍ଗୋପସାଗରରେ ନିୟୋଜିତ ହେବା ପରେ ଏବେ ପାଣି ଭିତରେ ହିଁ ଚୀନ୍ ଓ ପାକିସ୍ତାନକୁ ଭାରତ ଟାର୍ଗେଟ୍ କରିବାରେ ସକ୍ଷମ ହୋଇପାରିବ । ଆଇଏଏସ୍ ଅରିହନ୍ତ ବୁଡାଜାହାଜ ସବୁ ପ୍ରକାରରେ କ୍ଷମତା ସମ୍ପର୍ଣ୍ଣ ବୋଲି ଏହି ବାଲିଷ୍ଟିକ ମିସାଇଲ୍ ପରୀକ୍ଷଣରୁ ପ୍ରମାଣ ହୋଇଛି ।
ସୂଚନାଯୋଗ୍ୟ ଯେ ଆଇଏନଏସ ଅରିହନ୍ତ ହେଉଛି ଭାରତର ପ୍ରଥମ ପରମାଣୁ ଶକ୍ତିଚାଳିତ ବୁଡ଼ାଜାହାଜ । ଏହା ୨୦୧୬ ମସିହାରେ ନୌସେନାରେ ସାମିଲ ହୋଇଥିଲା । ଏହି ବୁଡ଼ାଜାହାଜ ପରମାଣୁ ଶକ୍ତି ସଂପନ୍ନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ।
Powered by Froala Editor