ପୁଣି ଫେରିଲା କରୋନା : ସଙ୍ଘାଇରେ ବିଦ୍ୟାଳୟ, ପ୍ରେକ୍ଷାଳୟ, ଜିମ୍ ବନ୍ଦ

ମହାମାରୀ କରୋନା ଚାଇନାର ପିଛା ଛାଡ଼ୁନି । ପୁଣିଥରେ ଚାଇନାର ସଙ୍ଘାଇକୁ କରୋନା ଫେରିଛି। ଏଠାରେ ୩ ମାସ ମଧ୍ୟରେ ସବୁଠାରୁ ଅଧିକ ଦୈନକ ସଂକ୍ରମଣ ରେକର୍ଡ ହୋଇଛି। କୋଭିଡ-୧୯ ସଂକ୍ରମଣ ବଢ଼ିବା ପରେ ସ୍ଥାନୀୟ କର୍ତ୍ତୃପକ୍ଷ ବିଦ୍ୟାଳୟ, ପ୍ରେକ୍ଷାଳୟ, ଜିମ୍ ଏବଂ ଅନ୍ୟାନ୍ୟ ମନୋରଞ୍ଜନ ସ୍ଥାନ ବନ୍ଦ କରିଛନ୍ତି। ତେବେ ବଡ ସହରରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା ନକରି କିଛି ପ୍ରତିବନ୍ଧକ ଲାଗୁ କରାଯାଇଥିବା ଜଣାପଡ଼ିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜନୀତି ସମାବେଶ କିଛି ଦିନ ମଧ୍ୟରେ ହେବାର ଥିଲା। ହେଲେ କରୋନା ଏଥିରେ ପ୍ରତିବନ୍ଧକ ସାଜିଛି। ସଂଘାଇରେ ୩ଥର ପାଇଁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଦେଶର ଶାସନ ଭାର ଦେବା ପାଇଁ ସମ୍ମିଳନୀ କରିବାକୁ ଯୋଜନା କରାଯାଇଥିଲା। ହେଲେ ଏବେ କରୋନା ଏହା ବନ୍ଦ ହେବାର ଆଶଙ୍କା ସୃଷ୍ଟି କରିଛି ।
ମିଳିଥିବା ସୂଚନା ଅନୁସାରେ, ବୁଧବାର ସଙ୍ଘାଇ ସହରରୁ ୪୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ଜୁଲାଇ ୧୩ ପରେ ସବୁଠାରୁ ଅଧିକ। ଜୁଲାଇରେ ସଂକ୍ରମଣ ବଢ଼ିବାରୁ ବିଭିନ୍ନ ପ୍ରକାରର କଟକଣା ଲାଗୁ କରାଯାଇଥିଲା। ଏବେ ଲୋକଙ୍କ ମନରେ ପୁଣି ଲକଡାଉନର ଭୟ ସୃଷ୍ଟି ହୋଇଛି।
Powered by Froala Editor