ନମାଜ ପାଠ ବେଳେ ଆକ୍ରମଣ: ୧୨ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁୁଜୁ

ହରିଆଣା ଗୁରୁଗ୍ରାମରେ ଏକ ମସ୍ଜିଦ୍ରେ ନମାଜ ପାଠ ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ଘଟଣାରେ ଗୁରୁଗ୍ରାମ ପୁଲିସ ଡଜନରୁ ଅଧିକ ଲୋକଙ୍କୁ ଗରିଫ କରି ଥାନାକୁ ନେଇଛି। ବୁଧବାର ସନ୍ଧ୍ୟାରେ ଗୁରୁଗ୍ରାମର ଭୋରା କଲନ ଅଞ୍ଚଳରେ ଏଭଳି ଘଟଣା ଘଟିଥିଲା। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୁଲିସ୍ ବେଶ ସତର୍କତା ଅବଲମ୍ବନ କରି ତଦନ୍ତର ଗତିକୁ ଆଗକୁ ନେଉଛି।
ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ ଗୁରୁଗ୍ରାମର ଭୋରା କଲାନ ଅଞ୍ଚଳରେ ଘଟିଥିଲା। ସ୍ଥାନୀୟ ଅଞ୍ଚଳର କିଛି ତଥାକଥିତ ଗୁଣ୍ଡା ମସଜିଦରେ ପଶି ନମାଜ ପଢ଼ୁଥିବା ଲୋକଙ୍କୁ ମାଡ଼ ମାରିଥିଲେ। ସେମାନେ ମସଜିଦରେ ଭଙ୍ଗାରୁଜା କରିବା ସହ ସେଠାରେ ଥିବା ଲୋକଙ୍କୁ ହତ୍ୟା କରିବାର ଧମକ ମଧ୍ୟ ଦେଇଥିଲେ। ଶେଷରେ ସେମାନେ ମସଜିଦକୁ ବାହାର ପଟୁ ତାଲା ପକାଇ ଦେଇ ଫେରାର ହୋଇଯାଇଥିବା ପୁଲିସ୍ ରୁଜୁ କରିଥିବା ଏଫଆଇଆରରେ କୁହାଯାଇଛି।
ଏହି ଘଟଣାରେ ଭାରତୀୟ ପିଙ୍ଗଳ କୋର୍ଟର ଧାରା ୨୯୫ଏ(ଜାଣିଶୁଣି ଧାର୍ମିୟ ଭାବନାକୁ ଆଘାତ ପହଞ୍ଚାଇବା), ୩୨୩(ସ୍ୱେଚ୍ଛାକୃତ ଭାବେ ଆଘାତ ଦେବା), ୫୦୬(ଅପରାଧିକ କାର୍ଯ୍ୟକଳାପ),୧୪୭(ଦଙ୍ଗା),୧୪୮( ହତିଆର ଧରି ଦଙ୍ଗା କରିବା) ଲଗାଯାଇଛି। ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଚିହ୍ନଟ କରିଛି। ସେମାନେ ହେଲେ ରାଜେଶ ଚୌହ୍ୱାନ, ଅନୀଲ ବାହାଦୁର ଓ ସଞ୍ଜୟ ଭ୍ୟାସ। ଘଟଣାରେ ପରବର୍ତ୍ତି ତଦନ୍ତ ଜାରି ରହିଛି। ଅନ୍ୟମାନଙ୍କ ପରିଚୟ ହାସଲ ପାଇଁ ଯାଞ୍ଚ ଚାଲିଛି।
Powered by Froala Editor