ପୁଲିସ ଗୁଳିରେ ଟଳି ପଡ଼ିଲେ ବିଜେପି ନେତାଙ୍କ ପତ୍ନୀ

ପୁଲିସ ଗୁଳିମାଡରେ ଜଣେ ବିଜେପି ନେତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଛି । ଉତ୍ତରାଖଣ୍ଡର ଜଣେ ଖଣି ମାଫିଆଙ୍କୁ ଧରିବା ପାଇଁ ମୁରାଦାବାଦ ପୁଲିସ ଜସପୁରରେ ଚଢ଼ାଉ କରିଥିଲା। ଏହି ସମୟରେ ମାଫିଆ ଓ ପୁଲିସଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୫ଜଣ ପୁଲିସ ଗୁରୁତର ହେବା ସହ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ମୃତ ମହିଳା ଜଣକ ବିଜେପି ନେତା ଗୁରୁତାଜ୍ ବୁଲାର୍ଙ୍କ ପତ୍ନୀ ଗୁରୁପ୍ରୀତ କୌର। ଗୁରୁପ୍ରୀତଙ୍କ ମୃତ୍ୟୁ ପରେ କ୍ରୋଧିରେ ଜର୍ଜରିତ ଗ୍ରାମବାସୀ ୪ ଜଣ ପୁଲିସଙ୍କୁ ଅଟକ ରଖିବା ସହ ସେମାନଙ୍କ ଅସ୍ତ୍ରଶସ୍ତ୍ର ନେଇଯାଇଥିବା ଅଭିଯୋଗ ହୋଇଛି ।
ସୂଚନା ଥାଉକି ୟୁପି ପୁଲିସ ଟିମ୍ ବୁଧବାର ଉତ୍ତରାଖଣ୍ଡର ଜସପୁରର ଏକ ଗ୍ରାମକୁ ଯାଇଥିଲା ଖଣି ମାଫିଆରେ ସମ୍ପୃକ୍ତ ଥିବା ଜାଫର ନାମକ ଜଣେ ଅପରାଧୀଙ୍କୁ ଧରିବା ପାଇଁ । ଏହି ଅପରାଧୀ ନାଁରେ ଥିଲା ୫୦ ହଜାର ପୁରସ୍କାର ରାଶି । ପୁଲିସ ଜାଣିବାକୁ ପାଇଥିଲା ଯେ, ଜାଫର ସ୍ଥାନୀୟ ବାସିନ୍ଦା ଭୁଲାରଙ୍କ ଘରେ ଲୁଚି ରହିଛି । ତେବେ ପୁଲିସ କର୍ମଚାରୀ ସେଠାରେ ପହଞ୍ଚିବା ପରେ ଗାଁ ଲୋକେ ତାଙ୍କୁ ଘେରିଯାଇଥିଲେ । ପରିସ୍ଥିତି ଏମିତି ହୋଇଥିଲେ ପୁଲିସ-ଜନତା ମଧ୍ୟରେ ହୋଇଥିଲା ଖଣ୍ଡଯୁଦ୍ଧ । ଆଉ ପୁଲିସର କ୍ରସ ଫାୟାରିଂରେ ଗୁରୁପ୍ରୀତ କୌରଙ୍କ ମୃତ୍ୟୁ ହୋଇଥିଲା ।
Powered by Froala Editor