ସିନ୍ଦେଙ୍କ ନିର୍ବାଚନୀ ଚିହ୍ନ ଦୁଇଟି ଖଣ୍ଡା ସହ ଢାଲ

ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀଙ୍କୁ ଆଜି ନିର୍ବାଚନ କମିଶନ ନୂଆ ଦଳୀୟ ଚିହ୍ନ ଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଶିବସେନାକୁ ଦୁଇ ଖଣ୍ଡା ଓ ଢାଳ ଚିହ୍ନ ମିଳିଛି। ଏହି ଚିହ୍ନରେ ତାଙ୍କ ଦଳ ନଭେମ୍ବର ୩ରେ ଅନୁଷ୍ଠିତ ହେବାକୁ ଥିବା ଅନ୍ଧେରୀ ଇଷ୍ଟ ଉପ ନିର୍ବାଚନ ଲଢ଼ିବ। ସିନ୍ଦେଙ୍କ ଶିବସେନା ବାଲାସାହେବଚି ଶିବସେନା ବା ବାଲାସାହେବଙ୍କ ଶିବସେନା ନାଁ ପାଇଛି।
ମହାରାଷ୍ଟ୍ରର ଅନ୍ଧେରୀ ଉପନିର୍ବାଚନରେ ସିନ୍ଦେ ଏବଂ ଉଦ୍ଧବ ଠାକରେ ଗୋଷ୍ଠୀଙ୍କୁ ଭିନ୍ନ ଚିହ୍ନ ଏବଂ ଦଳୀୟ ନାମ ପ୍ରଦାନ କରାଯାଇଛି। ଯଦି ଦଳ ନଭେମ୍ବର ୩ରେ ହେବାକୁ ଥିବା ଅନ୍ଧେରୀ ପୂର୍ବ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନିଏ, ତେବେ ଚିହ୍ନକୁ ବ୍ୟବହାର କରିପାରିବ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଏକ ଚିଠିରେ ଆୟୋଗ ଏହି ସୂଚନା ଦେଇଛନ୍ତି।
ଦୁଇଟି ଖଣ୍ଡା ଓ ଗୋଟିଏ ଢାଲ ପୂର୍ବରୁ ପିପୁଲ୍ସ ଡେମୋକ୍ରାଟିକ ମୁଭମେଣ୍ଟର ଦଳୀୟ ଚିହ୍ନ ରହିଥିଲା। କିନ୍ତୁ ଏହା ୨୦୦୪ରେ ରାଜନୀତିକ ଦଳର ମାନ୍ୟତା ହରାଇଥିଲା। ଏବେ ସିନ୍ଦେ ଗୋଷ୍ଠୀ ୧୧.୧୦.୨୦୨୨ରେ କରିଥିବା ଅନୁରୋଧକୁ ଆଧାର କରି ନିର୍ବାଚନ କମିଶନ ଦୁଇଟି ଖଣ୍ଡା ଓ ଗୋଟିଏ ଢାଲକୁ ଫ୍ରି ଚିହ୍ନ ତାଲିକାରେ ସାମିଲ କରିଛନ୍ତି। ଏଥିସହ ବିବାଦର ସମାଧାନ ନ ହେବା ଯାଏ ଏହି ଚିହ୍ନକୁ ବ୍ୟବହାର କରିବା ପାଇଁ ସିନ୍ଦେଙ୍କ ଶିବସେନାକୁ ଅନୁମତି ଦିଆଯାଉଛି ବୋଲି କମିଶନ କହିଛନ୍ତି।
Powered by Froala Editor