ରୁଷିଆ-ୟୁକ୍ରେନ ଯୁଦ୍ଧ : ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କଲା ଭାରତ

ରୁଷ ୟୁକ୍ରେନର ରାଜଧାନୀ କିଭ୍ ସମେତ ଅନେକ ସହର ଉପରେ ୭୫ କ୍ଷେପଣାସ୍ତ୍ର ମାଡ କରିଛି। ରୁଷର ବୋମା ବର୍ଷଣ ଉପରେ ଭାରତର ପ୍ରତିକ୍ରିୟା ଆସିଛି। ଭାରତ କହିଛି ଯୁଦ୍ଧକୁ ବଢାଇବା କାହାରି ହିତରେ ନୁହେଁ। କୂଟନୀତି ଏବଂ ଆଲୋଚନା ମାର୍ଗ ଉପରେ ଜୋର ଦିଆଯାଉ।
ଜରୁରୀ ଆବଶ୍ୟକତା ନ ଥିଲେ କୌଣସି ବ୍ୟକ୍ତି ୟୁକ୍ରେନ ଯାଆନ୍ତୁ ନାହିଁ ବୋଲି ସୋମବାର ଭାରତ ପକ୍ଷରୁ ଏକ ଆଡ୍ଭାଇଜରି ଜାରି କରାଯାଇଛି। ଅନ୍ୟପଟେ ୟୁକ୍ରେନରେ ଥିବା ଭାରତୀୟମାନେ ସ୍ଥାନୀୟ ପ୍ରଶାସନର ସେଫ୍ଟି ସିକ୍ୟୁରିଟି ଗାଇଡ୍ ଲାଇନ୍ ମାନି ଚଳିବା ପାଇଁ ଏଥିରେ ଉଲ୍ଲେଖ ରହିଛି।
ଭାରତ କହିଛି, ୟୁକ୍ରେନରେ ଥିବା ଭାରତୀୟ ନିଜ ସମ୍ପର୍କରେ ସମସ୍ତ ତଥ୍ୟ ଦୂତାବାସକୁ ଜଣାଇବା ଜରୁରୀ। ଏହାଦ୍ୱାରା ଆବଶ୍ୟକସ୍ଥଳେ ଦୂତାବାସ କର୍ତ୍ତୃପକ୍ଷ ସେମାନଙ୍କ ସହଯୋଗ କରିପାରିବେ। ଉତ୍ତେଜନା ହ୍ରାସ ପାଇଁ ଯାହା କିଛି ବି ସହାୟତା ଦେବାକୁ ଭାରତ ପ୍ରସ୍ତୁତ। ୟୁ୍କ୍ରେନରେ ସଂଘର୍ଷ ପୁଣି ଥରେ ଉଗ୍ର ରୂପ ନେବା ନେଇ ସୋମବାର ଭାରତ ଚିନ୍ତା ପ୍ରକାଶ କରିଛି। ସମସ୍ତ ପକ୍ଷକୁ ଶତ୍ରୁତା ତ୍ୟାଗ କରି ତୁରନ୍ତ କୂଟନୀତି ଏବଂ ଆଲୋଚନା ରାସ୍ତା ଆପଣେଇବା ଉଚିତ୍ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ।
Powered by Froala Editor