ଆରେଷ୍ଟ ଓ୍ବାରେଣ୍ଟ ଜାରି, ଯେକୌଣସି ସମୟରେ ଇମ୍ରାନ ଖାନଙ୍କୁ କରାଯାଇପାରେ ଗିରଫ
ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଦଳର ଅଧ୍ୟକ୍ଷ ଇମ୍ରାନ ଖାନଙ୍କ ବିରୁଦ୍ଧରେ ଆରେଷ୍ଟ ଓ୍ବାରେଣ୍ଟ ଜାରିକରାଯାଇଛି । ଯେକୌଣସି ସମୟରେ ଇମ୍ରାନ ଖାନଙ୍କୁ ଗିରଫ କରାଯାଇପାରେ । ଜିଓ ନ୍ୟୁଜର ଏକ ରିପୋର୍ଟ ଅନୁଯାୟୀ, ଇସଲାମାବାଦର ଜଣେ ବିଚାରପତିଙ୍କ ବିରୁଦ୍ଧରେ ଆପତ୍ତିଜନକ ଟିପ୍ପଣୀ ଦେବା ଅଭିଯୋଗ ଥିଲା ।
ମିଳିଥିବା ସୂଚନା ଅନୁସାରେ ଇସଲାମାବାଦର ଜଣେ ମାଜିଷ୍ଟ୍ରେଟ ଗତ ଅଗଷ୍ଟ ୨୦ରେ ଇମ୍ରାନ ଖାନଙ୍କ ବିରୁଦ୍ଧରେ ମାରଗଲ୍ଲା ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲେ । ଆପତ୍ତିଜନକ ଟିପ୍ପଣୀ ଦେବା ଅଭିଯୋଗରେ ମାମଲା ରୁଜ୍ଜୁ କରିଥିଲା ପୋଲିସ । ଗତ କିଛିଦିନ ହେଲା ଲଗାତାର ଭାବେ ବିବାଦରେ ରହୁଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଏହା ପୂର୍ବରୁ ମଧ୍ୟ ସରକାରୀ ଅଧିକାରୀମାନଙ୍କୁ ଏବଂ ଜଜ୍ଙ୍କୁ ଧମକାଇବା ନେଇ ତାଙ୍କ ବିରୁଦ୍ଧରେ ମାମଲା ରହିଛି । ଇମ୍ରାନ ଖାନଙ୍କ ବିରୁଦ୍ଧରେ ଇସଲାମାବା ସଦର ମାଜିଷ୍ଟ୍ରେଟ୍ ଅଲୀ ଜାଭେଦ ମଧ୍ୟ ମକଦ୍ଦମା କରିଥିଲେ ।
ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁଯାୟୀ, ମାଜିଷ୍ଟ୍ରେଟଙ୍କ ବିରୁଦ୍ଧରେ ଆପତ୍ତିଜନକ ଟିପ୍ପଣୀ ଦେବାପରେ କ୍ଷମା ମାଗିବାକୁ ଇମ୍ରାନ ପ୍ରସ୍ତୁତ ଥିବା କହିଛନ୍ତି । ଏହା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଆଶ୍ବାସନା ଦେଇ କହିଛନ୍ତି, ଭବିଷ୍ୟତରେ ଏଭଳି କିଛି କରିବେ ନାହିଁ ଯାହା ଫଳରେ କି
ନ୍ୟାୟପାଳିକାଙ୍କ ଗାରିମା କ୍ଷୁର୍ଣ୍ଣ ହେବ । ଇମ୍ରାନ ଖାନ ଆହୁରି ମଧ୍ୟ କହିଛନ୍ତି, ପୂର୍ବ ଶୁଣାଣି ସମୟରେ ସେ ଅଦାଲତଙ୍କୁ ଯାହା କହିଥିଲେ ତାହାକୁ କଠୋର ଭାବେ ପାଳନ କରିବେ ଏବଂ ଅଦାଲତଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯାହା କରିବାକୁ ହେବ ସେ କରିବେ।
Powered by Froala Editor