ଦେଶରେ ଦିନକରେ ୩,୨୩୦ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କୋରୋନା ଗ୍ରାଫ୍ । ପ୍ରତିଦିନ ହ୍ରାସ ପାଉଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ୪ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ସଂକ୍ରମିତଙ୍କ ସଂଖ୍ୟା ୩,୨୩୦ ରହିଛି । ଗତକାଲି ଏହି ସଂଖ୍ୟା ୪,୧୨୯ ଥିଲା । ଗୋଟିଏ ପଟେ ଦେଶରେ ସଂକ୍ରମଣ କମୁଥିବାବେଳେ, ପ୍ରତିଦିନ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ୨୪ ଘଣ୍ଟା ମଧ୍ୟରେ ମୋଟ ୪,୨୫୫ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୪,୪୦,୦୪,୫୫୩ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଅଧିକାଂଶ ସମୟରେ ଦେଶରେ ସଂକ୍ରମଣ ଅପେକ୍ଷା ସୁସ୍ଥସଂଖ୍ୟା ଅଧିକ ରହୁଥିବା ଦେଖାଯାଉଛି । ସୁସ୍ଥ ସଂଖ୍ୟା ବଢିବା ସହ ସକ୍ରିୟ ମାମଲା ହ୍ରାସ ପାଇ ୪୩, ୪୧୫ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର ୧.୧୮%କୁ ବୃଦ୍ଧି ପାଇଛି । ସାପ୍ତାହିକ ହାର ୧.୫୮% ରହିଛି । ଆଜି ପର୍ୟ୍ୟନ୍ତ ୫,୨୮,୫୬୨ହଜାର କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏବେ ସୁଦ୍ଧା ଦେଶରେ ୮୯.୪୧ କୋଟି କୋରୋନା ଟେଷ୍ଟିଂ କରାଯାଇଛି ।
Powered by Froala Editor