ଅଭାବନୀୟ ଘଟଣା: ବାପାକୁ ପିଟିପିଟି ହତ୍ୟା କଲା ଜନ୍ମକଲା ପୁଅ

କେନ୍ଦୁଝର ସଦର : ବାପାକୁ ପିଟିପିଟି ହତ୍ୟା କଲା ଜନ୍ମକଲା ପୁଅ। କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଠବାରୀ ଗ୍ରାମରେ ଗତକାଲି ସନ୍ଧ୍ୟାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବାପା ଅଣ୍ଡ ମହାକୁଡ (୬୨)ଙ୍କୁ ପୁଅ ପ୍ରଶାନ୍ତ ମହାକୁଡ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ସୂଚନାନୁଯାୟୀ, ସୋମବାର ସନ୍ଧ୍ୟାରେ କୌଣସି ଏକ କଥାକୁ ନେଇ ବାପା ଅଣ୍ଡ ମହାକୁଡ ଓ ପୁଅ ପ୍ରଶାନ୍ତ ମହାକୁଡ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇଥଲା। ନିଶାସକ୍ତ ଅବସ୍ଥାରେ ଥିବା ପୁଅ ଉତ୍ତ୍ୟକ୍ତ ହୋଇ ବାପାକୁ ପିଟିପିଟି ଗୁରୁତର କରିପକାଇଥିଲା। ଗାଁ ଲୋକମାନେ ଅଣ୍ଡ ମହାକୁଡ଼ଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ଜିଲ୍ଲା ଡ଼ାକ୍ତରଖାନାକୁ ପଠାଇଥିଲେ। ହେଲେ ସେଠାରେ ଅଣ୍ଡଙ୍କର ମୃତ୍ୟ ଘଟିଛି। ଖବର ପାଇ ସଦର ପୋଲିସ ତଦନ୍ତ ଜାରି ରଖିଛି।
Powered by Froala Editor