ଏହି ମନ୍ଦିର ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଧନୀ ମନ୍ଦିର

ତିରୁପତି : ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଧନୀ ମନ୍ଦିର ସଂସ୍ଥା ରୂପେ ପରିଚିତ ତିରୁମାଳା ଦେବସ୍ଥାମନ ସାରା ଭାରତରେ ୮୫ ହଜାର ୭୦୫ କୋଟି ଟଙ୍କାର ସମ୍ପତ୍ତି ରହିଛି । ଟିଡିପି ଅଧ୍ୟକ୍ଷ ୱାଇଭି ଶୁଭ ରେଡ୍ଡୀ ଆଜି କହିଛନ୍ତି ,ଯେ ଭାରତରେ ମନ୍ଦିରର ମୋଟ ୯୬୦ଟି ସ୍ଥାବର ସମ୍ପତ୍ତି ରହିଛି । ଯାହାର ମୋଟ ୭,୧୨୩ ଏକର ଜମି ଉପରେ ଅସ୍ଥିତ । ଏହାର ମୂଲ୍ୟ ହେବ ପ୍ରାୟ ୮୫ ହଜାର ୭୦୫ କୋଟି ଟଙ୍କା ରେଡ୍ଡୀ କହିଛନ୍ତି ଯେ ୧୯୭୪ ରୁ ୨୦୧୪ ମଧ୍ୟରେ ବିଭିନ୍ନ ଟିଡିପି ଟ୍ରଷ୍ଟ ବିଭିନ୍ନ ସରକାର ଅଧୀନରେ ନାନା କାରଣରୁ ମନ୍ଦିରର ୧୧୩ଟି ସମ୍ପତ୍ତି କୁ ବିକ୍ରି କରିଛନ୍ତି । ୨୦୧୪ ପରେ ଟ୍ରଷ୍ଟର କୌଣସି ସମ୍ପତ୍ତି ବିକ୍ରି କରାଯାଇନାହିଁ । ବର୍ତ୍ତମାନ ବିଭିନ ବ୍ୟାଙ୍କରେ ଟିଡିପି ୧୪,୦୦୦ କୋଟିରୁ ଅଧିକ ଟଙ୍କା ସ୍ଥାୟୀ ଜମା ଓ ପ୍ରାୟ୧୪ ଟନ ସୁନା ଅଛି ବୋଲି ସେ କହିଛନ୍ତି ।
Powered by Froala Editor