ଚଣ୍ଡିଗଡ଼ ଏୟାରପୋର୍ଟର ନୂଆ ନାମ ହେବ ‘ସହିଦ ଭଗତ ସିଂହ’
ରବିବାର ପୂର୍ବାହ୍ନ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନକି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀଙ୍କ ରେଡିଓ କାର୍ଯ୍ୟକ୍ରମର ଏହା ୯୩ତମ ଅଧ୍ୟାୟ ଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ମାନର୍ଥେ ଓ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଚଣ୍ଡିଗଡ଼ ଏୟାରପୋର୍ଟର ନାଁ ସହିଦ ଭଗତ ସିଂହଙ୍କ ନାଁରେ ନାମିତ କରାଯିବ ।
ପ୍ରଧାନମନ୍ତ୍ରୀ ଦେଶବାଶୀଙ୍କୁ ଆମ ସ୍ୱାଧୀନତା ସଂଗ୍ରାମୀଙ୍କ ଦ୍ୱାରା ପ୍ରେରିତ ହେବାକୁ କହିଛନ୍ତି। ସେମାନଙ୍କ ଆଦର୍ଶରେ ଚାଲି ସେମାନଙ୍କ ସ୍ୱପ୍ନର ଭାରତ ନିର୍ମାଣ କରିବାକୁ ଆହ୍ୱାନ ଦେଇଛନ୍ତି, ସେମାନଙ୍କ ପ୍ରତି ଏହାହିଁ ଆମମାନଙ୍କ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସହିଦଙ୍କ ସ୍ମାରକ, ସେମାନଙ୍କ ନାମରେ ସ୍ଥାନ, ସଂସ୍ଥାନ ଆମକୁ କର୍ତ୍ତବ୍ୟଲାଗି ପ୍ରେରଣା ଦେଇଥାଏ। ଖାସ ଏଥିପାଇଁ ଚଣ୍ଡିଗଡ଼ ବିମାନ ବନ୍ଦରକୁ ଶହିଦ ଭଗତ ସିଂହ ନାମରେ ରଖିବାକୁ ଯାଉଛୁ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।
ଅଗଷ୍ଟ ୨୦ ତାରିଖରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ ଟ୍ୱିଟ କରି ଚଣ୍ଡିଗଡ଼ ଏୟାରପୋର୍ଟର ନାଁ ସହିଦ ଭଗତ ସିଂହଙ୍କ ନାମ ଅନୁସାରେ ନାମିତ କରାଯିବ ବୋଲି କହିଥିଲେ। ଏନେଇ ପଞ୍ଜାବ ଓ ହରିଆଣା ସରକାର ଏକମତ ହୋଇଥିବା ସେ ସୂଚନା ଦେଇଥିଲେ।
Powered by Froala Editor