ଲାଗି ରିହଛି ବର୍ଷା, ଦାରିଂବାଡିରେ ଭୂସ୍ଖଳନ

ବାଲିଗୁଡା : ଲାଗି ରିହଛି ବର୍ଷା । ବର୍ଷାରେ ଦାରିଙ୍ଗବାଡ଼ି-ସୋରଡା ୪ ନମ୍ବର ଘାଟି ରାସ୍ତାରେ ଭୂସ୍ଖଳନ ହୋଇଛି । ଏଥିଯୋଗୁ ଦାରିଙ୍ଗବାଡ଼ି ଓ ସୋରଡା ମଧ୍ୟରେ ଭାରିଯାନ ଚଳାଚଳ ବନ୍ଦ ରହିଛି । ଘାଟି ରାସ୍ତାଟି ବିପଦସଙ୍କୁଳ ଅବସ୍ଥାରେ ଥିବା ଯୋଗୁ କେବଳ ବାଇକ ଆରୋହୀଙ୍କୁ ସେହି ଘାଟି ରାସ୍ତାରେ ଯିବା ଆସିବା ଲାଗି ଅନୁମତି ଦିଆଯାଇଛି । ଯାତ୍ରୀବାହୀ ବସ, ମାଲବାହୀ ଟ୍ରକ ଗୁଡିକୁ ଯିବା ଆସିବା ଲାଗି ପ୍ରଶାସନ ତରଫରୁ ବାରଣ କରାଯାଇଛି । ଭୂସ୍ଖଳନ ପରେ ସ୍ଥାନୀୟ ଅଂଚଳର ଲୋକେ ଭୟଭିତ ହୋଇପଡିଛନ୍ତି ।
ଏବେ ଚାରି ଚକିଆ ଯାନ ଯାତାୟତ ବନ୍ଦ ଥିବା ଯୋଗୁ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ଏହି ରାସ୍ତାଦେଇ ରୋଗୀଙ୍କୁ ଆମ୍ବୁଲାନ୍ସରେ ନେବା ବି କଷ୍ଟକର ହୋଇପଡିଛି । ଭାରିଯାନ ଚଳାଚଳ ବନ୍ଦ ଥିବା ଯୋଗୁ ରୋଗୀଙ୍କୁ ଅନ୍ୟ ରାସ୍ତା ଦେଇ ନେବାକୁ ପଡୁଛି ।
Powered by Froala Editor