ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ୍, ହାୱଡା-ଦିଲ୍ଲୀ ରୁଟ୍ ରେଳ ଚଳାଚଳ ବ୍ୟାଘାତ
ପାଟଣା: ଦିନ୍ଦୟାଲ୍ ଓପାଧ୍ୟାୟ ଜଙ୍କସନ୍ରୁ ଗୟା ଜଙ୍କସନ୍ ଭିତରେ ଆଜି ଏକ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ୍ ହୋଇଛି । ପାଖାପାଖି ୨୦ ୱାଗନ୍ ଧାରଣାରୁ ବାହାରି ଓଲଟି ପଡ଼ିଛି । ଫଳରେ ହାୱଡା-ଦିଲ୍ଲୀ ରୁଟ୍ରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅନେକ ଟ୍ରେନ୍କୁ ବାତିଲ କରାଯାଇଥିବା ବେଳେ ଆଉ କିଛି ବିଳମ୍ବରେ ଯାତ୍ରା କରୁଛି । ଏଥିପାଇଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରୁଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଆଜି ଭୋର୍ ପ୍ରାୟ ସାଢ଼େ ୬ଟା ବେଳେ ବିହାର ରୋହତସ ଜିଲ୍ଲାର କୁହ୍ମଉ ରେଳ ଷ୍ଟେସନ୍ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । କେବଳ ଜଣେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ପରେ ପ୍ରାଥମିକ ଭାବେ ୧୨ଟି ଯାତ୍ରୀବାହୀ ଟ୍ରେନ୍କୁ ବିଶାଖାପାଟଣମ୍ଠୁ କିରାଣ୍ଡୁଲ୍ ଷ୍ଟେସନ୍ ମଧ୍ୟରେ ଅଟକା ଯାଇଥିଲା । ରେଳ ସୁରକ୍ଷା କର୍ମୀମାନେ ପହଞ୍ଚି ଲାଇନ୍ଚ୍ୟୁତ୍ ହୋଇଥିବା ୱାଗନ୍ଗୁଡ଼ିକୁ ଲାଇନ୍ ଉପରୁ ହଟାଉଛନ୍ତି । ଖୁବ୍ଶୀଘ୍ର ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Powered by Froala Editor