ଅତିରିକ୍ତ ତହସିଲଦାରଙ୍କ ଘରେ ଚଢ଼ଉ
ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଦାର। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ସୁନ୍ଦରଗଡ଼ ଭିଜିଲାନ୍ସ ପକ୍ଷରୁ ଟାଙ୍ଗରପାଲି ତହସିଲର ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ଚଢ଼ାଉ କରାଯାଇଛି। କୁଳମଣିଙ୍କ ପିତୃକ ଗାଁ ଲେଫ୍ରିପଡା ଥାନା ଡୁମାବହାଲ ସମେତ ସୁନ୍ଦରଗଡ ଏବଂ ଲେଫ୍ରିପଡାର ୮ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି ।
ସୁନ୍ଦରଗଡ଼ ସହରର ମିଶନ ରୋଡ ସ୍ଥିତ ଦୁଇ ମହଲା ଘର ଲେଫ୍ରିପଡ଼ାର ତିନି ମହଲା ଘର ଏବଂ ଡୁମାବାହାଲରେ ତିନୋଟି ଘର ଏପରି ୮ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । କୁଳମଣି କିରାଣୀ ଚାକିରି ଭାବରେ ଚାକିରି ଆରମ୍ଭ କରି ପଦୋନ୍ନତି ପାଇ ଙଜଝ ପାଇଥିଲେ। ଏହା ପୂର୍ବରୁ ସେ ହେମଗିରି ତହସିଲରେ ମଧ୍ୟ ଅତିରିକ୍ତ ତହସିଲଦାର ଭାବରେ ଅବସ୍ଥାପିତ ଥିଲେ।
Powered by Froala Editor