ଦୀପାବଳି ସୁଦ୍ଧା ଶସ୍ତା ହୋଇପାରେ ପେଟ୍ରୋଲ୍, ଡିଜେଲ୍, ଜାଣନ୍ତୁ କେତେ କମିବ...

ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଖୁବ୍ଶୀଘ୍ର କମିପାରେ ପେଟ୍ରୋଲ୍, ଡିଜେଲ୍ ଦର । ଦୀପାବଳି ସୁଦ୍ଧା ଏହା ୭ ଟଙ୍କା ହ୍ରାସ ପାଇବାରେ । ବିଶେଷଜ୍ଞମାନେ ଏଭଳି ଆଶା ପ୍ରକଟ କରିଛନ୍ତି । ଯାହାକି ଏବେ ମହଙ୍ଗା ମାଡ଼ରୁ ମୁକ୍ତି ଦେବ ବୋଲି କୁହାଯାଉଛି ।
ଦୀର୍ଘଦିନ ଧରି ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ ଅପରିବର୍ତ୍ତିତ ରହିଛି । ତେବେ ଆନ୍ତର୍ଜାତିକ ତୈଳର ମୂଲ୍ୟ ବଡ଼ ଧରଣର ହ୍ରାସ ପାଇଥିବାରୁ ଏହା କମିବାର ଆଶା ଦେଖା ଯାଉଛି । ବ୍ରେଣ୍ଟ ଅଶୋଧିକ ତୈଳ ବ୍ୟାରେଲ୍ ପିଛା ଏବେ ୯୦ ଡଲାର ରହିଛି । ଏହା ୮୭ ଡଲାକୁ କମିପାରେ । ତେଣୁ ତୈଳ କମ୍ପାନିଗୁଡ଼ିକ ପେଟ୍ରୋଲ୍ ଓ ଡିଜେଲ୍ରେ ମୂଲ୍ୟ ବଡ଼ ଧରଣର କମାଇ ପାରନ୍ତି ବୋଲି କୁହାଯାଉଛି ।
ସୋମବାର ସଂଧ୍ୟାରେ ଅନ୍ତର୍ଜାତୀୟ ବାଜରରେ ଅଶୋଧିତ ତୈଳର ମୂଲ୍ୟରେ ଦୁଇ ପ୍ରତିଶତରୁ ଅଧିକ ହ୍ରାସ ଦେଖିବାକୁ ମିଳିଥିଲା। ପରିସଂଖ୍ୟାନ ଅନୁସାରେ, ବ୍ରେଣ୍ଟ କ୍ରୁଡ ଅଏଲରେ ମୂଲ୍ୟ ୨.୪୪ ପ୍ରତିଶତ ହ୍ରାସ ସହ ୮୯.୧୨ ଡଲାର ପ୍ରତି ବ୍ୟାରେଲ ବ୍ୟବସାୟ କରୁଥିଲା । ଅନ୍ୟପଟେ ଆମେରିକୀୟ କ୍ରୁଡ ଅଏଲ ମୂଲ୍ୟ ଡବ୍ଲୁଟିଆଇ ୨.୮୭ ପ୍ରତିଶତ ହ୍ରାସ ସହ ବ୍ୟାରେଲ ପିଛା ୮୨.୭୪ ଡଲାରରେ କାରବାର କରିଥିଲା ।
ଉଲ୍ଲେଖଯୋଗ୍ୟ ଯେ, ୭ ମାସ ଭିତରେ ଅଶୋଧିତ କୈଳର ମୂଲ୍ୟରେ ୩୯ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି । ମାର୍ଚ୍ଚ ମାସରେ କ୍ରୁଡ ଅଏଲର ମୂଲ୍ୟ ବ୍ୟାରେଲ ପିଛା ୧୪୭ ଡଲାର ସର୍ବୋଚ୍ଚ ସ୍ତରରେ ଥିଲା । ବର୍ତ୍ତମାନ ସମୟରେ ଏହା ୯୦ ଡଲାରରୁ ତଳେ ରହିଛି । ସାତ ମାସରେ ଅଶୋଧିତ ତୈଳର ମୂଲ୍ୟରେ ୩୯.୩୬ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି । ତେବେ ଏହା ଆହୁରି ଖସିପାରେ ବୋଲି କୁହାଯାଉଛି । ତେଣୁ ନିକଟ ଭବିଷ୍ୟତରେ ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ ନିଶ୍ଚିତ ଭାବେ କମିବ ବୋଲି ବିଶେଷଜ୍ଞମାନେ ଜୋର୍ ଦେଇ କହିଛନ୍ତି ।
Powered by Froala Editor