Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, September 07, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ସାଧାରଣ ...

  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ...

  • ୭୩ତମ ମିସ୍ ୱାର୍ଲଡ ବିଜେତା ହେଲେ ଜୋହେରୀ ...

  • ମହାନନ୍ଦ ଏକ୍ସପ୍ରେସର ଇଞ୍ଜିନ ସମେତ ...

  • ରୁଷ୍‌ଠାରୁ ଆଉ ୫ଟି ଏସ୍-୪୦୦ ବାୟୁ ସୁରକ୍ଷା ...

  • ବସ୍ ପ୍ରତି ୪୦ ବର୍ଷର ଭଲପାଇବା, ଭାବବିହ୍ୱଳ ...

  • ନଦୀ ସଫା କରିଥିବା ବିଟ୍ଟୁ ତବାହୀଙ୍କୁ ...

  • ଜୋହେରୀ ମୋଲା ପିନ୍ଧିଲେ ବିଶ୍ବ ସୁନ୍ଦରୀ ...

  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ...

  • ଧନବାଦର ଶିକ୍ଷୟିତ୍ରୀ ମୁନମୁନ ...

ରାଜ୍ୟ
Home ›› ରାଜ୍ୟ ›› ପ୍ରାକୃତିକ ବିପର୍ୟ୍ୟୟ ସହନଶୀଳ କୃଷି ଏବଂ ନୂଆ ଜିବୀକା ପନ୍ଥା ସୃଷ୍ଟି କରି ଲୋକମାନଙ୍କୁ ଅଧିକ ସାହସୀ କରାଯିବ

ପ୍ରାକୃତିକ ବିପର୍ୟ୍ୟୟ ସହନଶୀଳ କୃଷି ଏବଂ ନୂଆ ଜିବୀକା ପନ୍ଥା ସୃଷ୍ଟି କରି ଲୋକମାନଙ୍କୁ ଅଧିକ ସାହସୀ କରାଯିବ

2022-09-20 04:14:48
15501
Share:
Facebook
Twitter
E-Mail
WhatsApp
Telegram
 ପ୍ରାକୃତିକ ବିପର୍ୟ୍ୟୟ ସହନଶୀଳ କୃଷି ଏବଂ ନୂଆ ଜିବୀକା ପନ୍ଥା ସୃଷ୍ଟି କରି ଲୋକମାନଙ୍କୁ ଅଧିକ ସାହସୀ କରାଯିବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ ହୋଇଥିବା ବିପର୍ୟ୍ୟୟ ନିରୋଧି ପ୍ରଚେଷ୍ଟାକୁ ଦୃଢ଼ିଭୁତ କରିବା ଦିଗରେ ଅନ୍ୟ ଏକ ପଦକ୍ଷେପ ଭାବେ ରାଜ୍ୟ ସରକାର ନୂତନ କାର୍ୟ୍ୟ ଯୋଜନା ଆରମ୍ଭ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସମନ୍ୱିତ ବୈଠକ । ବୈଠକରେ ଉପକୂଳ ଅଞ୍ଚଳ ପରିଚାଳନା ସୋସାଇଟିର ଷ୍ଟିଅରିଂ କମିଟିରେ ୨୬୧.୫୦ କୋଟି ଟଙ୍କା ଆକଳନର ଏହି କାର୍ୟ୍ୟ ଯୋଜନାକୁ ଅନୁମୋଦନ ଦିଆଯାଇଛି ।

ଲୋକସେବାଭବନରୁ ଭିସିରେ ଅନୁଷ୍ଠିତ ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କାର୍ୟ୍ୟ ଯୋଜନା ସମ୍ବନ୍ଧିତ ଆର୍ଥିକ ଓ ପ୍ରଶାସନିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଛନ୍ତି । ଉପକୂଳ ଜୈବ-ବ୍ୟବସ୍ଥାର ପୁନଃସଂସ୍ଥାପନ ଏବଂ ବିପର୍ୟ୍ୟୟ ସହନଶୀଳ ଜିବୀକା ନିର୍ବାହ ପନ୍ଥାଗୁଡିକ ଉପରେ ଗୁରୁତ୍ୱ ଆରୋପ ପୂର୍ବକ ଏଥିପାଇଁ ଲକ୍ଷ୍ୟ ଭିତ୍ତିକ କାର୍ୟ୍ୟ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମ ସମୁଦାୟ ସହ ସିଧାସଳଖ ଆଲୋଚନା କରି ଲୋକମାନଙ୍କ ଆବଶ୍ୟକତା ଓ ସଂପୃକ୍ତ ଅଞ୍ଚଳର ସମ୍ବଳ ଅନୁସାରେ ନିରନ୍ତର ଜିବୀକା କାର୍ୟ୍ୟଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଲଗାତର ଭାବେ ଜଳବାୟୁ ଜନିତ ବିପର୍ୟ୍ୟୟର ସମ୍ମୁଖୀନ ହେଉଥିବା ଗ୍ରାମମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଏଥିରେ ସାମିଲ କରିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଉପକୂଳ ଅଞ୍ଚଳରେ ମଙ୍ଗଳାଯୋଡ଼ି ଓ ଭିତରକନିକା ପରି ଅଧିକ ଇକୋ-ଟୁରିଜିମ୍ ଯୋଗ୍ୟ ସ୍ଥାନଗୁଡିକୁ ଚିହ୍ନଟ କରି ଗ୍ରାମ ସମୁଦାୟ ମାଧ୍ୟମରେ ସେଗୁଡିକର ବିକାଶ କରିବା ପାଇଁ ସେ ଜଙ୍ଗଲ ଓ ପରିବେଶ ଏବଂ ପର୍ୟ୍ୟଟନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହି ସ୍ଥାନଗୁଡିକରେ ବୋଟିଂ, ବନ୍ୟଜନ୍ତୁ ଦର୍ଶନ ଓ ଫୁଡ଼କୋର୍ଟ ଆଦିର ସୁବିଧା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଏହା ସ୍ଥାନୀୟ ଲୋକମାନଙ୍କ ପାଇଁ ଏକ ନିରନ୍ତର ଜିବୀକା ପନ୍ଥା ଉନ୍ମୁକ୍ତ କରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଉପକୂଳ ଅଞ୍ଚଳରେ ହେନ୍ତାଳ ବଣର ଘନତା ଏବଂ ସମୁଦ୍ର ଘାସ ଆଦି ବୃଦ୍ଧି କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ କହିଛନ୍ତି । ଏହା ଲୁଣା ଜୁଆର ଏବଂ ସାମୁଦ୍ରିକ ବାତ୍ୟାର ପ୍ରଭାବକୁ ଅନେକାଂଶରେ ନିୟନ୍ତ୍ରଣ କରିବ । ସୋସାଇଟିର ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ ଜଣାଇଛନ୍ତି ଯେ, "ଏହି ଯୋଜନା ଚଳିତବର୍ଷରୁ ଆରମ୍ଭ ହୋଇ ୨୦୨୬-୨୭ ବର୍ଷ ମଧ୍ୟରେ ପୂର୍ଣ୍ଣାଙ୍ଗ ହେବ । ମୁଖ୍ୟତଃ ବାଲେଶ୍ୱର ଜିଲ୍ଲାର ତଳସାରୀ, କେନ୍ଦ୍ରାପଡାର ଭିତରକନିକା, ଗଂଜାମର ବାହୁଡା ଓ ଚିଲିକା ଏବଂ ପୁରୀ ଜିଲ୍ଲାର ଦେବୀ ମୁହାଣ ଓ ଚିଲିକା ଆଦି ଅଞ୍ଚଳ ଏଥିରେ ସାମିଲ ହେବ । ୩୩୯ ଗ୍ରାମ ପଞ୍ଚାୟତ ଏବଂ ୫ଟି ବନ୍ୟଖଣ୍ଡ ଅନ୍ତର୍ଗତ ପ୍ରାୟ ୩,୭୫,୩୨୧ ହେକ୍ଟର ଉପକୂଳ ଅଞ୍ଚଳକୁ ପ୍ରାକୃତିକ ବିପର୍ୟ୍ୟୟ ସହନଶୀଳ କରାଯିବ ।ଏଥିରେ ପ୍ରାକୃତିକ ବିପର୍ୟ୍ୟୟ ସହନଶୀଳ କୃଷି ଏବଂ ନୂଆ ଜିବୀକା ପନ୍ଥା ସୃଷ୍ଟି କରି ଳୋକମାନଙ୍କୁ ଅଧିକ ସାହସୀ ଏବଂ ଆତ୍ମନିର୍ଭରଶୀଳ କରାଯିବ । 

Powered by Froala Editor

Tags Chief secretary

Related articles Odisha News Lens 4.1

  • ମହାନନ୍ଦ ଏକ୍ସପ୍ରେସର ଇଞ୍ଜିନ ସମେତ ଦୁଇଟି ଜେନେରାଲ୍ କୋଚ୍ ଲାଇନଚ୍ୟୁତ
    ଦେଶ-ଦେଶାନ୍ତର

    ମହାନନ୍ଦ ଏକ୍ସପ୍ରେସର ଇଞ୍ଜିନ ସମେତ ଦୁଇଟି ଜେନେରାଲ୍ କୋଚ୍ ଲାଇନଚ୍ୟୁତ

    14787
    Sep 06, 2026
  • ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ସାଧାରଣ ଲୋକଙ୍କ ପାଇଁ ମନ ପ୍ରାଣ ଦେଇ କାର୍ଯ୍ୟ କରିବା: ...
    ରାଜନୀତି

    ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ସାଧାରଣ ଲୋକଙ୍କ ପାଇଁ ମନ ପ୍ରାଣ ଦେଇ କାର୍ଯ୍ୟ କରିବା: ...

    15512
    Sep 06, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର
    ବିଶେଷ

    ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14182
    Sep 06, 2026
  • ବସ୍ ପ୍ରତି ୪୦ ବର୍ଷର ଭଲପାଇବା, ଭାବବିହ୍ୱଳ ଦୃଶ୍ୟ
    ଦେଶ-ଦେଶାନ୍ତର

    ବସ୍ ପ୍ରତି ୪୦ ବର୍ଷର ଭଲପାଇବା, ଭାବବିହ୍ୱଳ ଦୃଶ୍ୟ

    14751
    Sep 06, 2026
  • ନଦୀ ସଫା କରିଥିବା ବିଟ୍ଟୁ ତବାହୀଙ୍କୁ ମିଳିଲା ବିଦେଶ ଚାକିରି ଅଫର୍
    ଦେଶ-ଦେଶାନ୍ତର

    ନଦୀ ସଫା କରିଥିବା ବିଟ୍ଟୁ ତବାହୀଙ୍କୁ ମିଳିଲା ବିଦେଶ ଚାକିରି ଅଫର୍

    15048
    Sep 06, 2026
  • ୭୩ତମ ମିସ୍ ୱାର୍ଲଡ ବିଜେତା ହେଲେ ଜୋହେରୀ ମୋଲା
    ଦେଶ-ଦେଶାନ୍ତର

    ୭୩ତମ ମିସ୍ ୱାର୍ଲଡ ବିଜେତା ହେଲେ ଜୋହେରୀ ମୋଲା

    13899
    Sep 06, 2026
  • ଧନବାଦର ଶିକ୍ଷୟିତ୍ରୀ ମୁନମୁନ ଭଟ୍ଟାଚାର୍ଯ୍ୟ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ
    ଦେଶ-ଦେଶାନ୍ତର

    ଧନବାଦର ଶିକ୍ଷୟିତ୍ରୀ ମୁନମୁନ ଭଟ୍ଟାଚାର୍ଯ୍ୟ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ

    15466
    Sep 05, 2026
  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ...
    ବାଣିଜ୍ୟ

    ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ...

    14708
    Sep 06, 2026
  • ଜୋହେରୀ ମୋଲା ପିନ୍ଧିଲେ ବିଶ୍ବ ସୁନ୍ଦରୀ ୨୦୨୬ ମୁକୁଟ
    ଦେଶ-ଦେଶାନ୍ତର

    ଜୋହେରୀ ମୋଲା ପିନ୍ଧିଲେ ବିଶ୍ବ ସୁନ୍ଦରୀ ୨୦୨୬ ମୁକୁଟ

    14374
    Sep 06, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14182
    Sep 06, 2026
  • ଦେଶ-ଦେଶାନ୍ତର

    ମହାନନ୍ଦ ଏକ୍ସପ୍ରେସର ଇଞ୍ଜିନ ସମେତ ଦୁଇଟି ଜେନେରାଲ୍ କୋଚ୍ ଲାଇନଚ୍ୟୁତ

    14787
    Sep 06, 2026
  • ରାଜନୀତି

    ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ସାଧାରଣ ଲୋକଙ୍କ ପାଇଁ ମନ ପ୍ରାଣ ଦେଇ କାର୍ଯ୍ୟ କରିବା: ଶ୍ରୀ ବି.ଏଲ.ସନ୍ତୋଷ

    15512
    Sep 06, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17078
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17738
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17744
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18149
    Sep 06, 2023

ବିଶେଷ

  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14182
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13766
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14572
    Aug 31, 2026
  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14874
    Aug 30, 2026
  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14826
    Aug 27, 2026

ବାଣିଜ୍ୟ

ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

ଭୁବନେଶ୍ୱର: ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କମ୍ପାନୀ ସେକ୍ରେଟାରିଜ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର, ଓଡ଼ିଶାରେ “ନେକ୍ସଟ୍‌ଜେନ ସିଏସ୍‌- କାଟାଲିଷ୍ଟ ଅଫ୍‌ ଗ୍ ...

  • ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାର ସବିଶେଷ ବିଷୟ ସ୍ଥାନ ପାଇଛି

    14978
    Sep 03, 2026
  • ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ କରୁଛି

    14069
    Sep 03, 2026
  • ସୁନା ଦରରେ ବଡ଼ ଧରଣର ହ୍ରାସ

    14595
    Sep 03, 2026
  • ଆପଲ୍‌ର ନୂଆ CEO ଜନ୍ ଟର୍ନସ୍

    15462
    Sep 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନଦୀ ସଫା କରିଥିବା ବିଟ୍ଟୁ ତବାହୀଙ୍କୁ ମିଳିଲା ବିଦେଶ ଚାକିରି ଅଫର୍

    15048
    Sep 06, 2026
  • ଜୋହେରୀ ମୋଲା ପିନ୍ଧିଲେ ବିଶ୍ବ ସୁନ୍ଦରୀ ୨୦୨୬ ମୁକୁଟ

    14374
    Sep 06, 2026
  • ରୁଷ୍‌ଠାରୁ ଆଉ ୫ଟି ଏସ୍-୪୦୦ ବାୟୁ ସୁରକ୍ଷା ପ୍ରଣାଳୀ କ୍ରୟ କରିବ ଭାରତ

    13947
    Sep 06, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In