ଭି.କେ ପାଣ୍ଡିଆନଙ୍କ କଟକ ଗସ୍ତ

କଟକ : କଟକ ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ। ସୋମବାର ଭୋରରୁ ଭି.କେ ପାଣ୍ଡିଆନ କଟକ ଗସ୍ତ କରି SCB ମେଡିକାଲ ସଂପ୍ରସାରଣ କାର୍ୟ୍ୟର ତଦାରଖ କରିଛନ୍ତି। ତେବେ ଭି.କେ ପାଣ୍ଡିଆନଙ୍କ ସହ ସିଡିଏ ଚେୟାରମ୍ୟାନ ଅନୀଲ ସାମଲ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ଓ ଡିସିପି ପିନାକ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ସୂଚନାନୁଯାୟୀ, ଭି.କେ ପାଣ୍ଡିଆନ ତାଳଦଣ୍ଡା କେନାଲ, ଛତ୍ରବଜାର ମାର୍କେଟ ପିଣ୍ଡି ଏବଂ ପୋଲର ମଧ୍ୟ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସ୍ଥିର ହୋଇଥିବା ସମୟ ମଧ୍ୟରେ ସମସ୍ତ କାର୍ୟ୍ୟ ଶେଷ ହେବ। ୩୧ ଡିସେମ୍ବର ୨୦୨୩ ସୁଦ୍ଧା ଏସସିବି ସମ୍ପ୍ରସାରଣ କାର୍ୟ୍ୟ ସରିବ। ଭି.କେ ପାଣ୍ଡିଆନଙ୍କ ଗସ୍ତ ପରେ ସିଡିଏ ଚେୟାରମ୍ୟାନ ଅନୀଲ ସାମଲ ଓ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି। ତେବେ ଉନ୍ନୟନମୂଳକ କାର୍ୟ୍ୟର ମାନ ଭଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭି.କେ ପାଣ୍ଡିଆନ ।
Powered by Froala Editor