ମଦ ହୋମ୍ ଡେଲିଭରିକୁ ଅନୁମତି ମିଳିଲା

ରାଜ୍ୟରେ ଲକଡାଉନ ସମୟରେ ମଧ୍ୟ ମଦ ହୋମ୍ ଡେଲିଭରି କରାଯିବ। ଅବକାରୀ ବିଭାଗ ଆଇଏମ୍ଏଫ୍ଏଲ୍ ଦୋକାନ ତଥା ଖାଦ୍ୟ ବିତରଣ ସଂସ୍ଥା ଦ୍ୱାରା ମଦ ହୋମ୍ ଡେଲିଭରି ଉପରେ ନିଷ୍ପତ୍ତି ନେବାକୁ ଗୁରୁବାର ଦିନ ଜିଲ୍ଲାପାଳଙ୍କୁ କହିଛି। ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାରେ ଏଭଳି ବ୍ୟବସ୍ଥା କରିବାକୁ କହିଛନ୍ତି ଅବକାରୀ ସଚିବ ।
ଓଡିଶାରେ ମେ ୧୯ ଯାଏଁ ଲକଡାଉନ୍ ଜାରି ରହିଛି। ତେବେ ଏହାପୂର୍ବରୁ ବିଭାଗ ପକ୍ଷରୁ ଲକଡାଉନ ସମୟରେ ମଦର ହୋମ୍ ଡେଲିଭରି ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଅନୁମତି ଲୋଡିଥିଲା। ଏବେ ଅନୁମତି ପରେ ଉଭୟ ଅଫ୍, ଅନ୍, ସିଏଲ୍ ଦୋକାନୀ ହୋମ୍ ଡେଲିଭରି ଦେଇପାରିବେ। ଖାଦ୍ୟଯୋଗାଣ କରୁଥିବା ସଂସ୍ଥା ଅବା ମଦ ବିକ୍ରି ଲାଇସେନ୍ସ ଥିବା ଦୋକାନୀମାନେ ଅନଲାଇନ୍ ବୁକିଂ ବା ଟେକ୍ନୋଲୋଜି ମାଧ୍ୟମରେ ଏହି ମଦର ହୋମ୍ ଡେଲିଭରି କରିପାରିବେ। ମଦ ଯୋଗାଣକୁ ସୁନିଶ୍ଚିତ ଓ ସୁବ୍ୟବସ୍ଥିତ କରିବା ନିମନ୍ତେ କୋଭିଡ୍ ଗାଇଡଲାଇନ୍ ଅନୁସାରେ ମଦ ନିଗମର ଗୋଦାମଗୁଡ଼ିକ କାର୍ଯ୍ୟ କରିବ।
ଗତବର୍ଷ କୋଭିଡ୍ ଲକଡାଉନବେଳେ ମଦର ବ୍ୟାପକ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଦର ହୋମ୍ ଡେଲିଭରି ପାଇଁ ଅନୁମତି ଦେଇଥିଲେ। ଟେକ୍ନୋଲୋଜି ଉପଯୋଗ କରି ମଦର ହୋମ୍ ଡେଲିଭରି କରାଯାଉଥିଲା।
Powered by Froala Editor