ସିଲ୍ ହେଲା ଘରୋଇ କୋଚିଂ ସେଂଟର

ଭୁବନେଶ୍ୱର: କୋଭିଡ ଗାଇଡଲାଇନ ଉଲ୍ଲଘଂନ ଅଭିଯୋଗରେ କୋଚିଂ ସେଂଟର ସିଲ ହୋଇଥିବା ସୂଚନା ମିଳିଛି । ଜୟଦେବ ବିହାରରେ ଥିବା ଏକ ଘରୋଇ କୋଚିଂ ସେଂଟରକୁ ସିଲ କରିଛି ବିଏମସି । ଆଜି ଦିନତମାମ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଚଢ଼ାଉ ଜାରି ରହିବ । ବିଏମସି ୩ଟି ଯାକ ଜୋନରେ ଚଢ଼ାଉ ଜାରି ରହିବା ନେଇ ସୂଚନା ମିଳିଛି । ସଂକ୍ରମଣ ରୋକିବାକୁ ବିଏମସି ପକ୍ଷରୁ ପଦକ୍ଷେପ ନିଆଯାଇଛି ।