କିଶୋର ଦା’ଙ୍କ ବଙ୍ଗଳା ‘ଗୌରିକୁଞ୍ଜ’ରେ ରେଷ୍ଟୁରାଣ୍ଟ ଖୋଲିବେ କୋହଲି
ଭେଟେରାନ ଅଭିନେତା ତଥା ଗାୟକ କିଶୋର କୁମାରଙ୍କର ମୁମ୍ବାଇର ଜୁହୁରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ରହିଛି। ତେବେ ଭାରତୀୟ କ୍ରିକେଟର ବିରାଟ କୋହଲି ଏହି ଅଭିନେତାଙ୍କ ବଙ୍ଗଳାକୁ ୫ ବର୍ଷ ପାଇଁ ଭଡ଼ାରେ ନେଇଛନ୍ତି। କାରଣ କୋହଲି ଖୁବ୍ଶୀଘ୍ର ଏଠାରେ ଏକ ନୂତନ ହାଇଗ୍ରେଡ୍ ରେଷ୍ଟୁରାଣ୍ଟ ଆରମ୍ଭ କରିବାକୁ ଯାଉଛନ୍ତି।
ସ୍ୱର୍ଗତ ‘କିଶୋର କୁମାର’ଙ୍କ ପରିବାର ଲୋକଙ୍କଠାରୁ ବିରାଟ୍ ଏହି ‘ଗୌରିକୁଞ୍ଜ’ ବଙ୍ଗଳାର କିଛି ଅଂଶ ଲିଜ୍ରେ ନେଇଛନ୍ତି। ବିରାଟ କୋହଲିଙ୍କ ଜର୍ସୀ ‘୧୮’ ରୁ ଅନୁପ୍ରାଣିତ ‘ୱାନ୍ ଏଇଟ୍ କମ୍ୟୁନ୍’। ବିରାଟଙ୍କ ଏହି ଚେନ୍ ଅଧିନରେ ‘ଦିଲ୍ଲୀ’ ବ୍ୟତୀତ ‘କୋଲକାତା’ ଓ ‘ପୁଣେ’ରେ ରେଷ୍ଟୁରାଣ୍ଟ-ବାର ରହିଛି। ଏବେ ଏହି ‘ୱାନ୍ ଏଇଟ୍’ ଚେନ୍ରେ ଇନ୍ଷ୍ଟାଗ୍ରାମ୍ ବାୟୋରେ ଜଣାପଡିଛି ଯେ ଖୁବ୍ଶୀଘ୍ର ‘ମୁମ୍ବାଇ’ର ‘ଜୁହୁ’ରେ ଏହାର ଆଉ ଏକ ରେଷ୍ଟୁରାଣ୍ଟ ହେବାକୁଯାଉଛି।
ଖୁବଶୀଘ୍ର ଏହାର ଓପେନିଙ୍ଗ୍ ହେଉଛି। ସଙ୍ଗୀତକାର ‘କିଶୋର ଦା’ଙ୍କ ଅନେକ ସ୍ମୃତି ରହିଛି ଏହି ବଙ୍ଗଳାରେ। ‘କିଶୋର ଦା’ ଥରେ ଏକ ଇଣ୍ଟରଭ୍ୟୁୟରଙ୍କୁ କହିଥିଲେ ଯେ ସେ ‘ଗୌରିକୁଞ୍ଜ’ରେ ଅନେକ ଗଛକୁ ନାଁ ମଧ୍ୟ ଦେଇଛନ୍ତି। ସେହି ବଙ୍ଗଳାରେ ବର୍ତ୍ତମାନ ତାଙ୍କ ପୁଅ ‘ଅମିତ କୁମାର’ ପରିବାରର ଅନ୍ୟ ସଦସ୍ୟଙ୍କ ସାଙ୍ଗେ ରହୁଛନ୍ତି।
ଅମିତ ହେଉଛନ୍ତି କିଶୋରଙ୍କ ବଡ଼ ପୁଅ। କିଶୋର କୁମାର ଲୀନାଙ୍କୁ ଚତୁର୍ଥ ସ୍ତ୍ରୀ ଭାବରେ ଗ୍ରହଣ କରିଥିଲେ। ସୁମିତ ତାଙ୍କର ଏକମାତ୍ର ପୁତ୍ର। ଅମିତ କୁମାର କିଶୋରଙ୍କ ପ୍ରଥମ ସ୍ତ୍ରୀ ରୁମା ଗୁହାଙ୍କ ପୁଅ। ଅମିତ ମଧ୍ୟ ତାଙ୍କ ପିତାଙ୍କ ପରି ଜଣେ ପ୍ଲେ-ବ୍ୟାକ୍ ଗାୟକ, ଅଭିନେତା ଏବଂ ସଙ୍ଗୀତ ନିର୍ଦ୍ଦେଶକ।
Powered by Froala Editor