ଘୋଷଣା କଲା ଏନ୍ଆଇଏ : ଦାଉଦ୍ର ସୂଚନା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା ପୁରସ୍କାର
‘ଅଣ୍ଡର୍ୱାର୍ଲଡ୍ ଡନ୍’ ଦାଉଦ୍ ଇବ୍ରାହିମ୍ଙ୍କ ନାଁରେ ‘ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି’ ୨୫ ଲକ୍ଷ ଟଙ୍କା ଘୋଷଣା କରିବା ସହିତ ତାଙ୍କର କେତେକ ସହଯୋଗୀଙ୍କ ନାମରେ ମଧ୍ୟ ପୁରସ୍କାର ଘୋଷଣା କରିଛି। ଦାଉଦ ଇବ୍ରାହିମଙ୍କ ନୂଆ ଫଟୋ ଜାରି କରି ଏହି ସୂଚନା ଦେଇଛି ଏନଆଇଏ। ସେହିପରି ଦାଉଦ୍ ଇବ୍ରାହିମଙ୍କ ଘନିଷ୍ଠ ସହଯୋଗ ଛୋଟା ସକିଲଙ୍କ ନାମରେ ଏନଆଇଏ ୨୦ ଲକ୍ଷ ଟଙ୍କା ଘୋଷଣା କରିଛି। ଅନ୍ୟମାନଙ୍କ ମଧ୍ୟରେ ଅନିଜ୍ ଇବ୍ରାହିମ୍, ଜାଭେଦ ଚିକିନା ଏବଂ ଟାଇଗର ମେମନଙ୍କ ନାମରେ ୧୫ ଲକ୍ଷ ଟଙ୍କା ଘୋଷଣା କରାଯାଇଛି।
ଏକ ବୟାନ ଜାରି କରି ଏନଆଇଏ କହିଛି ଯେ, ଅନ୍ତର୍ଜାତୀୟ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବା, ଜୈଶ-ଇ-ମହମ୍ମଦ ଏବଂ ଅଲକାଏଦା ସହ ମିଶି କାମ କରୁଛି। ଗତ ବର୍ଷ ଦାଉଦ ଇବ୍ରାହିମଙ୍କ ସମ୍ପର୍କରେ ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ନିଜର ମତ ରଖିଥିଲା । ୧୯୯୩ ମୁମ୍ବାଇ ବ୍ଲାଷ୍ଟର ମୁଖ୍ୟ କାର୍ପଟଦାର ଦାଉଦ୍ ପଡ଼ୋଶୀ ଦେଶରେ ଆରାମରେ ରହୁଥିବା ଭାରତ କହିଥିଲା।
ଚୋରା ଅସ୍ତ୍ରଶସ୍ତ୍ର, ବିସ୍ଫୋରକ, ଡ୍ରଗ୍, ଓ ଜାଲ୍ ଭାରତୀୟ କାଗଜ ଟଙ୍କା ଚୋରା ଚାଲାଣ କରିବା ଏବଂ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଓ ଆତଙ୍କବାଦୀ ସଙ୍ଗଠନ ସହିତ ମିଶି ଆତଙ୍କବାଦୀ ଆକ୍ରମଣ କରିବା ନିମନ୍ତେ ଭାରତରେ ୟୁନିଟ୍ ସ୍ଥାପନ କରିଥିବା ଇବ୍ରାହିମ୍ଙ୍କ ଗ୍ୟାଙ୍ଗ୍ ‘ଡି’ କମ୍ପାନି ଉପରେ ଉକ୍ତ ତଦନ୍ତ ସମ୍ପୃକ୍ତ ଅଟେ।
ଯେଉଁ କମ୍ପାନୀ ସୁନା ତଥା ନକଲି ମୁଦ୍ରା ଚୋରା ଚାଲାଣ କରି ପରବର୍ତ୍ତୀ ସମୟରେ ଏକ ଆତଙ୍କବାଦୀ ସଙ୍ଗଠନରେ ପରିଣତ ହୋଇଥିଲା। ୧୯୯୩ରେ ମୁମ୍ବାଇରେ ସିରିଜ୍ ବୋମା ବିସ୍ଫୋରଣ କରି ଚର୍ଚ୍ଚାକୁ ଆସିଥିଲେ ଦାଉଦ୍। ଏହି ବିସ୍ଫୋରଣରେ ୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏଥିସହ କୋଟି କୋଟି ଟଙ୍କାର ସମ୍ପତି ନଷ୍ଠ ହୋଇଥିଲା।
ଏହି ଅପରାଧ ପଛର ମାଷ୍ଟର ମାଇଣ୍ଡ ଥିଲା ଦାଉଦ୍। ମୁମ୍ବାଇ ସହରର ପ୍ରାୟ ୧୨ଟି ସ୍ଥାନରେ ହୋଇଥିଲା ବ୍ଲାଷ୍ଟ। ଏହି ଭୟଙ୍କର ବିସ୍ଫୋରଣରେ ୨୫୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦୦ ଜଣ ଆହତ ହୋଇଥିଲେ। ଏହା ପରେ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଦାଉଦ ଇବ୍ରାହିମଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀର ଆଖ୍ୟା ଦିଆଯାଇଥିଲା।
Powered by Froala Editor