ଗର୍ଭବତୀଙ୍କ ମୃତ୍ୟୁକୁ ନେଇ ମର୍ମାହତ ପର୍ତ୍ତୁଗାଲ ସ୍ୱାସ୍ଥ୍ୟମନ୍ତ୍ରୀ, ନିଜକୁ ଦାୟୀ କରି ପଦରୁ ଇସ୍ତଫା ଦେଲେ
ଜଣେ ଭାରତୀୟ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ପର୍ତ୍ତୁଗାଲର ସ୍ବାସ୍ଥ୍ୟମନ୍ତ୍ରୀ ମାର୍ଟା ଟେମିଡୋ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଜଣେ ଭାରତୀୟ ମହିଳା ବୁଲିବାକୁ ପର୍ତ୍ତୁଗାଲ ଯାଇଥିଲେ ଏବଂ ସେ ମଧ୍ୟ ଗର୍ଭବତୀ ଥିଲେ। ୩୪ ବର୍ଷୀୟା ମହିଳା ଜଣକ ପ୍ରସବ ପାଇଁ ଲିସବନର ସାଣ୍ଟା ମାରିଆ ହସ୍ପିଟାଲରେ ଯାଇଥିଲେ। କିନ୍ତୁ ଶଯ୍ୟା ଅଭାବରୁ ତାଙ୍କୁ ଅନ୍ୟ ଏକ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ହୃଦଘାତରେ ମହିଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।
ପର୍ତ୍ତୁଗାଲର ହସ୍ପିଟାଲଗୁଡିକରେ କର୍ମଚାରୀ ଏବଂ ଡାକ୍ତରଙ୍କ ଅଭାବ କାରଣରୁ ଏମିତି ଅନେକ ଘଟଣା ସାମ୍ନାକୁ ଆସି ସାରିଛି। ଡ. ମାର୍ତ୍ତା ଡେମିଡୋ ୨୦୧୮ରୁ ସ୍ଵାସ୍ଥ୍ୟ ମନ୍ତ୍ରୀ ଥିଲେ। କରୋନାର ଉଚିତ୍ ମୁକାବିଲା ପାଇଁ ତାଙ୍କୁ ଖୁବ୍ ପ୍ରଶଂସା କରାଯାଇଥିଲା। ହେଲେ ଭାରତୀୟ ମହିଳାଙ୍କ ସାମାନ୍ୟ ବେଡ୍ଟିଏ ନମିଳିବା କାରଣରୁ ମୃତ୍ୟୁ ଘଟିବା ଖବର ତାଙ୍କୁ ମର୍ମାହତ କରିଛି। ତାଙ୍କୁ ହୃଦବୋଧ ହୋଇଥିଲା ଯେ, ଏମିତି ସ୍ଥିତି ପାଇଁ ତାଙ୍କୁ ପଦରେ ରହିବା ଉଚିତ୍ ନୁହେଁ। ତେଣୁ ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।
ପର୍ତ୍ତୁଗାଲ ସରକାର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ଟେମିଡୋ ବୁଝିଛନ୍ତି ଯେ ସେ ଆଉ ସ୍ବାସ୍ଥ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବାକୁ ଯୋଗ୍ୟ ନୁହଁନ୍ତି। ମହିଳାଙ୍କ ମୃତ୍ୟୁ ପରେ ହିଁ ସେ ଇସ୍ତଫା ଦେଇଛନ୍ତି।
Powered by Froala Editor