ଆପ୍ ନେତାଙ୍କ ବିରୋଧରେ ମାନହାନୀ କେସ୍ କରିବେ ଦିଲ୍ଲୀ ଉପ ରାଜ୍ୟପାଳ

ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ଆମ୍ ଆଦମୀ ପାର୍ଟି(ଆପ୍)ର ଅନେକ ନେତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି। କାରଣ ଆପ୍ର ନେତା ତାଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ଲଗାଇଥିଲେ। ଆପ୍ ବିଧାୟକ ଆତିଶ ଓ ସୌରଭ ଭରଦ୍ୱାଜଙ୍କ ସମେତ ଏକାଧିକ ନେତା ତାଙ୍କ ନାଁରେ ମିଥ୍ୟା ଓ ଅତ୍ୟନ୍ତ ସମ୍ମାନହାନୀ କରିବା ଭଳି ଦୁର୍ନୀତି ଅଭିଯୋଗ ଆଣିଥିବା ସେ କହିଛନ୍ତି। ତେଣୁ ଦରକାର ପଡ଼ିଲେ ଉପ ରାଜ୍ୟପାଳ ସକ୍ସେନା ସମସ୍ତଙ୍କ ନାଁରେ ମାନହାନୀ କେସ୍ କରିବେ ବୋଲି କହିଛନ୍ତି।
ଉପ ରାଜ୍ୟପାଳ ସକ୍ସେନା ଆପ୍ ନେତା ସୌରଭ ଭରଦ୍ଵାଜ, ଆତିଶି, ଦୁର୍ଗେଶ ପାଠକ ଏବଂ ଯଶମୀନ ଶାହ ସମେତ ଅନ୍ୟ ନେତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଅର୍ଥାତ ମାନହାନୀ ମୋକଦ୍ଦମା ଦାୟର କରିବେ ବୋଲି ଏଲଜି କାର୍ଯ୍ୟାଳୟର ଅଧିକାରୀ କହିଛନ୍ତି। ଉକ୍ତ ନେତାମାନେ ଏଲଜିଙ୍କ ବିରୋଧରେ ବହୁତ ଅପମାନଜନକ ଏବଂ ଦୁର୍ନୀତିର ଅଭିଯୋଗ ଲଗାଇଥିଲେ।
୨୦୧୬ ବିମୁଦ୍ରାକରଣ ବେଳେ ସରକାରୀ ଖଦି ବୋର୍ଡର ଅଧ୍ୟକ୍ଷ ଭାବେ ସକ୍ସେନା କାମ କରୁଥିଲେ। ଏହି ସମୟରେ ସେ ନିଜର ଦୁଇ ଜଣ କର୍ମଚାରୀଙ୍କୁ ୧୪ଶହ କୋଟି ଟଙ୍କାର ପୁରୁଣା ନୋଟ ବଦଳାଇବାକୁ ଚାପ ପକାଇଥିଲେ ବୋଲି ଆପ୍ ଅଭିଯୋଗ କରିଛି। ଏଥିସହ ତାଙ୍କ ଇସ୍ତଫା ଦାବି କରିଛି। ତେବେ ସମସ୍ତ ଅଭିଯୋଗକୁ ସକ୍ସେନା ଖଣ୍ଡନ କରିଛନ୍ତି। ଏହା କେବଳ ଆପ୍ ନେତାମାନଙ୍କ ଭାବନା ବୋଲି ସେ ତାଙ୍କ ଅଫିସ ପକ୍ଷରୁ କୁହାଯାଇଛି।
Powered by Froala Editor