ପୁଲିସ ବେଶରେ ଚକ୍ମା ଦେଲେ ଲୁଟେରା : ଲଙ୍କାଗୁଣ୍ଡ ଫିଙ୍ଗି ନେଇଗଲେ ୨ କୋଟିର ସୁନା
ଦିଲ୍ଲୀ ପାହାଡଗଞ୍ଜ ଅଞ୍ଚଳରେ ଲୁଟେରା ମାନେ ୨ କୋଟିର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ତେବେ ଲୁଟ୍ ଏମିତିସେମିତି ଉପାୟରେ ହୋଇନି । ପୁଲିସ ବେଶରେ ଏମାନେ ଲୁଟ୍ କରି ଲୋକଙ୍କ ଆଖିରେ ଚକ୍ମା ଦେଇଛନ୍ତି ।
ସୂଚନା ମୁତାବକ, ଆଜି ଭୋର ୪ଟା ବେଳେ କିଛି ଦୁର୍ବୃତ୍ତ ନକଲି ପୁଲିସ ବେଶରେ ଆସି କୋରିୟର୍ କର୍ମଚାରୀଙ୍କ ଆଖିରେ ଲଙ୍କା ଗୁଣ୍ଡ ଫିଙ୍ଗି ପାଖାପାଖି ୨ କୋଟି ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ। କୁହାଯାଉଛି ଯେ, ଏହି ଅଳଙ୍କାର ଗୁଡିକୁ କୋରିୟର କମ୍ପାନୀର କର୍ମଚାରୀମାନେ ଚଣ୍ଡିଗଡରୁ ଲୁଧିଆନା ପଠାଇବାର ଥିଲା। ଏଥିପାଇଁ କମ୍ପାନୀର କର୍ମଚାରୀମାନେ ଦୁଇଟି ବ୍ୟାଗ୍ରେ ଅଳଙ୍କାର ଭର୍ତ୍ତି କରି ଲୁଧିଆନା ଅଭିମୁଖେ ବାହାରିଥିଲେ। ତେବେ ଅଧବାଟରେ ହଠାତ୍ ଚେକିଂ ଆଳରେ ତାଙ୍କୁ ପୁଲିସ ବେଶରେ କିଛି ଦୁର୍ବୃତ୍ତ ଅଟକାଇ ଥିଲେ। ଏହାପରେ କର୍ମଚାରୀଙ୍କ ପଛପଟୁ ଆଉ କିଛି ଦୁର୍ବୃତ୍ତ ଆସି ହଠାତ୍ ସେମାନଙ୍କ ଆଖିରେ ଲଙ୍କା ଗୁଣ୍ଡ ଫିଙ୍ଗି ବ୍ୟାଗ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଖୁବଶୀଘ୍ର ଦୁର୍ବୃତ୍ତମାନଙ୍କୁ ଗିରଫ କରାଯିବ ବୋଲି କହିଛି ପୁଲିସ।
Powered by Froala Editor