ଇଞ୍ଜିନରେ ତ୍ରୁଟି, ନାସା ମୁନ୍ ରକେଟ ଆର୍ଟେମିସର ପୁନଃ ପରୀକ୍ଷଣ ହେବ ଶନିବାର
ୱାଶିଂଟନ: ଶେଷ ମୁହୂର୍ତ୍ତରେ ସ୍ଥଗିତ ହୋଇଥିବା ନାସାର ବହୁ ପ୍ରତିକ୍ଷୀତ ମୁନ୍ ରକେଟ ଆର୍ଟେମିସ ଶନିବାର ପୁନଃ ପରୀକ୍ଷଣ ହେବ । ଇଞ୍ଜିନରେ ତ୍ରୁଟି ଥିବାରୁ ସୋମବାର ପରୀକ୍ଷଣକୁ ସ୍ଥଗିତ ରଖାଯାଇଥିଲା । ମଙ୍ଗଳବାର ପରିଚାଳନା ସଦସ୍ୟଙ୍କୁ ନେଇ ଗଠିତ ଏକ ବୈଠକରେ ଆଲୋଚନା ପରେ ଶନିବାର(ସେପ୍ଟେମ୍ବର ୩)ରେ ଆର୍ଟେମିସ ଓ ପରୀକ୍ଷଣ ନେଇ ସମୟ ଧାର୍ୟ୍ୟ କରାଯାଇଛି ।
ପରିଚାଳକମାନେ କହିଛନ୍ତି ଯେ, ଏହି ସମସ୍ୟାର ମୁକାବିଲା ପାଇଁ ସେମାନେ ମଙ୍ଗଳବାର ଇନ୍ଧନ ପ୍ରକ୍ରିୟା ପରିବର୍ତ୍ତନ କରିଛନ୍ତି । ୩୨୨ ଫୁଟ (୯୮ ମିଟର) ବିଶିଷ୍ଟ ନାସାର ଏହି ଐତିହାସିକ ରକେଟ୍ ଆମେରିକାର ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ ହେବ । ଏଥିରେ ଖାଲି କ୍ରୁ କ୍ୟାପସୁଲ୍ ରହିଛି । ଅର୍ଥାତ୍ ଏହି ଉତକ୍ଷେପଣ ମାନବବିହୀନ । ଏହା ନାସା ଦ୍ୱାରା ନିର୍ମିତ ସବୁଠାରୁ ଶକ୍ତିଶାଳୀ ରକେଟ୍ ।ସ୍ପେସ୍ ଲଞ୍ଚ ସିଷ୍ଟମ୍ ରକେଟ୍, କ୍ୟାପସୁଲ୍ ଚନ୍ଦ୍ରର ଚତୁର୍ପାର୍ଶ ଏବଂ ପଛକୁ ପଠାଇବାକୁ ଚେଷ୍ଟା କରିବ । ଏହି ତିନି ଟେଷ୍ଟ ଡମିଜରେ କେହି ରହିବେ ନାହିଁ, କେବଳ ତିନିଟି ପରୀକ୍ଷା ଡମି ରହିବ । ଯଦି ଏହି ପରୀକ୍ଷଣ ସଫଳ ହୁଏ, ତେବେ ୫୦ ବର୍ଷ ପୂର୍ବେ ନାସାର ଆପୋଲୋ କାର୍ୟ୍ୟକ୍ରମ ପରଠାରୁ ଏହା ଚନ୍ଦ୍ରକୁ ଉତକ୍ଷେପଣ ହେବାର ପ୍ରଥମ କ୍ୟାପସୁଲ ହେବ । ସୋମବାରର ଉତକ୍ଷେପଣ ପ୍ରୟାସ ସମୟରେ, ରକେଟର ମୂଳ ପର୍ୟ୍ୟାୟରେ ଥିବା ଚାରୋଟି ମୁଖ୍ୟ ଇଞ୍ଜିନ ମଧ୍ୟରୁ ଗୋଟିଏରେ ଲିଫ୍ଟଅଫ୍ ପୂର୍ବରୁ ତ୍ରୁଟି ଥିବାରୁ ପରୀକ୍ଷଣକୁ ସ୍ଥଗିତ ରଖାଯାଇଥିଲା ।
Powered by Froala Editor