୯ଟି ପ୍ରସ୍ତାବ ସହ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧୀ ଦଳ

କରୋନା ସଂକ୍ରମଣ ରୋକିବା ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଦେଶର ୧୨ ପ୍ରମୁଖ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ବିରୋଧୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ସମସ୍ତଙ୍କୁ ମାଗଣାରେ ଟିକା ଦେବା ସହ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ୯ଟି ପ୍ରସ୍ତାବ ଦେଇଛନ୍ତି। ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବା ଏବଂ କୃଷି ଆଇନ ପ୍ରତ୍ୟାହାର କରିନେବା ପାଇଁ ମଧ୍ୟ ସେମାନେ ପରାମର୍ଶ ଦେଇଛନ୍ତି।
୯ଟି ପ୍ରସ୍ତାବ :
-ଘରୋଇ ସମେତ ଅନ୍ତର୍ଜାତୀୟ ବଜାରରୁ କେନ୍ଦ୍ର ସରକାର ଟିକା କିଣନ୍ତୁ
-ତୁରନ୍ତ ମାଗଣା ଓ ସାର୍ବଜନିନ ଗଣ ଟିକାକରଣ ଅଭିଯାନ ଆରମ୍ଭ ହେଉ
-ଘରୋଇ ଟିକା ଉତ୍ପାଦନ ବୃଦ୍ଧି ପାଇଁ ବାଧ୍ୟତାମୂଳକ ଲାଇସେନ୍ସ
-ଟିକାକରଣ ପାଇଁ ବଜେଟରେ ବ୍ୟୟବରାଦ ହୋଇଥିବା ୩୫,୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉ
- ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣ ବନ୍ଦ କରି ସେହି ଅର୍ଥକୁ ଅକ୍ସିଜେନ ଓ ଟିକା ପାଇଁ ବ୍ୟବହାର କରାଯାଉ
-ହିସାବ ବହିର୍ଭୁକ୍ତ ଘରୋଇ ଟ୍ରଷ୍ଟ ଫଣ୍ଡ ଏବଂ ପିଏମ୍ କେୟାର୍ସ ପାଣ୍ଠିରେ ଟିକା, ଅକ୍ସିଜେନ୍ ଏବଂ ମେଡିକାଲ ଉପକରଣ କିଣାଯାଉ
- ବେରୋଜଗାରୀମାନଙ୍କୁ ମାସିକ ୬୦୦୦ ଟଙ୍କା ଦିଆଯାଉ
-ଗରିବଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯାଉ
-ଚାଷୀମାନଙ୍କୁ କରୋନା କବଳରୁ ବଞ୍ଚାଇବା ପାଇଁ ନୂଆ କୃଷି ଆଇନ ପ୍ରତ୍ୟାହାର କରାଯାଉ
ପ୍ରଧାନମନ୍ତ୍ରୀଙ୍କ ଲେଖାଯାଇଥିବା ଚିଠିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଜେଡିଏସ ମୁଖ୍ୟ ଏଚଡି ଦେବଗୌଡା, ଏନସିପି ମୁଖ୍ୟ ଶରଦ ପାଓ୍ଵାର, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ଟିଏମସି ସୁପ୍ରିମୋ ମମତା ବାନାର୍ଜୀ, ଡିଏମକେ ନେତା ଏମକେ ଷ୍ଟାଲିନ, ଜେଏମଏମ ନେତା ହେମନ୍ତ ସୋରେନ, ଜେକେପିଏ ନେତା ଫାରୁକ ଅବଦୁଲ୍ଲା, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ଆରଜେଡି ନେତା ତେଜସ୍ଵୀ ଯାଦବ, ସିପିଆଇ ନେତା ଡି. ରାଜା ଓ ସିପିଆଇଏମ ନେତା ସୀତାରାମ ୟେଚୁରୀ ଦସ୍ତକ୍ଷତ କରିଛନ୍ତି ।
Powered by Froala Editor