ଆଜି କାଳୀୟ ଦଳନ ବେଶରେ ସୁଶୋଭିତ ହେବେ ମହାପ୍ରଭୁ
ପୁରୀ: ମଙ୍ଗଳବାର ଭାଦ୍ରବ କୃଷ୍ଣ ଏକାଦଶୀରେ ଶ୍ରୀମନ୍ଦିରରେ କାଳୀୟ ଦଳନ ନୀତି ଓ ଧେନୁକାସୁର ବଧ ପ୍ରସ୍ତାବ ହେବ । ଏହି ଅବସରରେ ମହାପ୍ରଭୁ କାଳୀୟ ଦଳନ ବେଶରେ ସୁଶୋଭିତ ହେବେ । କାଳୀୟ ନାଗ ଉପରେ ଶ୍ରୀଜଗନ୍ନାଥ ନୃତ୍ୟ କରୁଥିବା ଭଙ୍ଗୀରେ ଉଭା ହେବେ । କାଳୀୟ ନାଗ ଠାକୁରଙ୍କ ଶ୍ରୀଅଙ୍ଗକୁ ଆବୃତ୍ତ କରିଥିବ । ଶ୍ରୀକୃଷ୍ଣ କାଳିନ୍ଦୀ ହ୍ରଦର ଭୟାବହ କାଳୀୟ ସର୍ପକୁ ଦଳି ଦମନ କରିଥିଲେ ।
ଏହି ଆଖ୍ୟାୟିକା ସ୍ମୃତିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାଳୀୟ ଦଳନ ବେଶ ଅନୁଷ୍ଠିତ ହୋଇଥାଏ । ଏହି ଅବସରରେ ଧେନୁକାସୁର ବଧ ନୀତି ସମ୍ପନ୍ନ ହେବ । ଗତ ଦୁଇ ବର୍ଷ ହେଲା ଶ୍ରଦ୍ଧାଳୁମାନେ ଠାକୁରଙ୍କ ଏସବୁ ନୀତି ଦର୍ଶନରୁ ବଞ୍ଚିତ ହୋଇଥିଲେ । ହେଲେ ଚଳିତ ବର୍ଷ ଦର୍ଶନାର୍ଥୀମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀକୃଷ୍ଣ ଲୀଳା ଦେଖିବାର ଆନନ୍ଦ ପାଉଛନ୍ତି ।
Powered by Froala Editor