ଆଜିଠୁ ୧୦ ଜିଲ୍ଲାରେ ନାଇଟ କର୍ଫୁ୍ୟ

ଭୁବନେଶ୍ୱର: କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଆଜିଠୁ ୧୦ ଜିଲ୍ଲାରେ ନାଇଟ କର୍ଫୁ୍ୟ ଲାଗ୍ୁ ହେବ । ପଶ୍ଚିମ ଓଡିଶାର ୭ ଓ ଦକ୍ଷିଣ ଓଡିଶାର ୩ ଜିଲ୍ଲାରେ ଲାଗୁ ହେବ ନାଇଟ କର୍ଫୁ୍ୟ । ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନାଗିରି, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ ଓ ବଲାଙ୍ଗିରରେ ନାଇଟ କର୍ଫୁ୍ୟ ଲାଗୁ ହୋଇଛି । ରାତି ୧୦ ରୁ ସକାଳ ୫ ଭିତରେ ଜରୁରୀ କାମ ନଥିଲେ ବାହାରିବା ମନା ହୋଇଛି ା ଅନାବଶ୍ୟକ ଭାବେ ଘରୁ ବାହାରକୁ ବାହାରିଲେ ମାମଲା ରୁଜୁ ଚେତାବନୀ ଦିଆଯାଇଛି । ନାଇଟ କର୍ଫୁ୍ୟ ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ ।