ଆଜି ବନ୍ୟାଞ୍ଚଳ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ଚାରିଆଡେ ସ୍ଥିତି ସଙ୍ଗୀନ । ଯୁଆଡେ ଦେଖିବ ଖାଲି ପାଣି ଆଉ ପାଣି । ବନ୍ୟାର କରାଳ ରୂପ ରାହୁ ଭଳି ଗ୍ରାସ କରିଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁ୍ଖୀନ ହେଉଛନ୍ତି । ଏହାରି ଭିତରେ ଲୋକ ଖାଇବା, ପିଇବାକୁ ପାଉନାହାନ୍ତି । ଶହ ଶହ ହେକ୍ଟର ଚାଷ ଜମି ବୁଡି ଯାଇଛି । ରାସ୍ତରେ କୁମ୍ଭୀର ଓ ସାପ ଆତଙ୍କ ଭିତରେ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନ ସାଢେ ତିନିଟାରେ ଖୋର୍ଦ୍ଧା, ପୁରୀ, କଟକ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଂଚଳ ଆକାଶ ମାର୍ଗରୁ ପରିଦର୍ଶନ କରିବେ । ମୁଖ୍ୟମନ୍ତ୍ରୀ ଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ ମଧ୍ୟ୍ୟ ବନ୍ୟାଞ୍ଚଳ ବୁଲି ଦେଖିବେ ।
Powered by Froala Editor