ମହାନଦୀରେ ମଧ୍ୟମ ଧରଣର ବନ୍ୟା ହୋଇପାରେ : ମୁଖ୍ୟ ଶାସନ ସଚିବ
ଭୁବନେଶ୍ଵର : ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ସେ କହିଛନ୍ତି ଯେ, ମହାନଦୀରେ ମଧ୍ୟମ ଧରଣର ବନ୍ୟା ହୋଇପାରେ। ହୀରାକୁଦ ଡ୍ୟାମ ଉପରୁ ବହୁତ ପାଣି ଆସୁଛି। ତାହାକୁ ରେଗୁଲେଟ୍ କରାଯାଉଛି। ୧୦ ଲକ୍ଷ ୫୦ ହଜାର କ୍ୟୁସେକ୍ ଜଳ ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ବିଭିନ୍ନ ନଦୀବନ୍ଧ ଉପରେ ନଜର ରଖାଯାଇଛି।
ମୁଖ୍ୟ ଶାସନ ସଚିବ ପୁଣି କହିଛନ୍ତି ଯେ, ବଡ଼ ଘାଇ ହବାର ସମ୍ଭାବନା ନାହିଁ। ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ପାଟ୍ରୋଲିଂ କରାଯିବ। ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଘରେ ବର୍ଷା ପାଣି ପଶିଛି। ଆବଶ୍ୟକ ସ୍ଥଳରେ ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ କୁହାଯାଇଛି।
Powered by Froala Editor