ପଥର ଖସିଲା, ଟନେଲରେ ଫସି ରହିଲା ମାଲବାହୀ ଟ୍ରେନ୍
ଲଗାଣ ବର୍ଷା ଯୋଗୁଁ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପୂରା ରାଜ୍ୟରେ ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ତେବେ ରାୟଗଡା-କୋରାପୁଟ ରେଳ ପଥର ଭାଲୁମୁସ୍କା ଷ୍ଟେସନ ନିକଟ ରେଳ ଧାରଣାରେ ପଥର ଖସି ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଖବର ମିଳିଛି । ପଥର ଖସିଯିବାରୁ ଟନେଲ ଭିତରେ ଫସି ରହିଛି ମାଲବାହୀ ଟ୍ରେନ୍। ଆଜି ଅପରାହ୍ନରେ ଏହି ଘଟଣା ଘଟିଛି। ତେବେ ଏହି ଘଟଣା ବିଶେଷ କିଛି କ୍ଷୟକ୍ଷତି ହୋଇନି। ଟ୍ରେନ୍ ଟ୍ରାକ୍ ଚେକିଂ ନିମନ୍ତେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପହଞ୍ଚିଛନ୍ତି।
ଆଜି ସକାଳୁ ସିକରପାଇ ଓ କେଉଟଗୁଡ଼ା ମଧ୍ୟରେ ଥିବା ଯମଗୁଡା ଗ୍ରାମର ୩୪ ନମ୍ବର ତନାଲ ନିକଟରେ ମାଟି ଅତଦା ବଡ଼ ଗଛ ରେଳ ଧାରଣା ଓ ବିଜୁଳି ତାର ଉପରେ ପଡି ଯାଇଥିବାରୁ ଏହି ସମସ୍ୟା ହୋଇ ଥିଲା। ଜଗଦଲପୁର ଠାରୁ ହାୱଡା ଓ ହାୱଡାରୁ ଜଗଦଲପୁର ଯାଉଥିବା ରେଳ ଥେରୁବାଲି ଠାରେ ଓ ବିଶାଖାପାଟଣାରୁ କୋରାପୁଟ ଜେକେପୁର ଠାରେ କୋରାପୁଟ ଠାରୁ ବିଶାଖାପାଟଣା ଯାଉଥିବା ରେଳ ଲଷ୍ମୀପୁର ଥିବା ରେଳ ସିକରପାଇ ରେଳଷ୍ଟେସନ ଠାରେ ଅଟକି ଥିଲା। ସେହିପରି ଭାଲୁମସ୍କା ନିକଟରେ ଏକ ବଡ଼ ପଥର ରେଳଧାରଣାରେ ପଡି ଥିବାରୁ ରାତିରେ ରେଳ କେମିତି ଯିବ ସନ୍ଦେହ ସୃଷ୍ଟି ହୋଇଛି।
Powered by Froala Editor