ରଣଜିତ୍ ପଟ୍ଟନାୟକଙ୍କ ପରଲୋକ

କଟକ: ଆଉ ନାହାଁନ୍ତି ରଣଜିତ୍ ପଟ୍ଟନାୟକ। ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍ ପଟ୍ଟନାୟକଙ୍କ ପରଲୋକ। କଟକସ୍ଥିତ ସିଡିଏ ୯ ନଂ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ଶ୍ରୀଯୁକ୍ତ ପଟ୍ଟନାୟକ ବହୁ ଓଡ଼ିଆ ଫିଲ୍ମର ଲେଖିଛନ୍ତି ସଂଳାପ।
ବିଶିଷ୍ଟ ସଂଳାପ ଲେଖକ ରଞ୍ଜିତ ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି । ଦୀର୍ଘଦିନ ଧରି ସେ ବୃକକ ଜନିତ ରୋଗରେ ପୀଡ଼ିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ମାତ୍ର ୬୫ ବର୍ଷ ବୟସରେ ତାଙ୍କର ମୃତୁ୍ୟ ହୋଇଛି । ୧୯୯୯ରେ ସେ ସଂଳାପ ଲେଖକ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସୁନ୍ଦରଗଡ଼ର ସଲମାନ ଖାନ, ପ୍ରେମରେ ପ୍ରେମରେ, ମୁ ଏକା ତୁମର ଭଳି ୨୦ଟି ସିନେମାରେ ସେ ସଂଳାପ ଲେଖିଛନ୍ତି । ରଞ୍ଜିତ ପଟ୍ଟନାୟକଙ୍କ ବିୟୋଗରେ ଓଲିଉଡ଼ରେ ଶୋକର ଛାୟା ଖେଳିଯାଇଛି ।
Powered by Froala Editor