ନଦୀରେ ଭାସୁଛି ଅଚିହ୍ନା ଶବ

କେନ୍ଦୁଝର ଜିଲ୍ଲା ବେଲବାହାଳି ରାମଚନ୍ଦ୍ରପୁର ଥାନା ସାଇଁକୁଳ ଫାଣ୍ଡି ଅଧିନସ୍ତ ବାତୋ ପଞ୍ଚାୟତ ଗୋଡ଼ିଓପର ଗ୍ରାମ ନିକଟ ବୈତରଣୀ ନଦୀ ଏବଂ କୁସେଇନଦୀ ମୁହାଣରେ ଜଣେ ଅଜଣା ମହିଳାଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଛି । ସ୍ତାନୀୟ ଲୋକମାନେ ଆଜି ଅପରାହ୍ନରେ ନଦୀକୁ ମାଛ ଧରିବା ପାଇଁ ଯାଇଥିବା ସମୟରେ ମହିଳାଙ୍କ ମୃତଦେହ ନଦୀରେ ଭାସୁଥିବା ଦେଖି ସଙ୍ଗେସଙ୍ଗେ ସ୍ତାନୀୟ ଲୋକମାନଙ୍କୁ ଡାକ ପକାଇଥିଲେ । ପରେ ଲୋକମାନେ ଆସି ଦେଖିବା ପରେ ମୃତଶବକୁ ଚିହ୍ନିନପାରି ଫାଣ୍ଡି ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ନଦୀରୁ ଉଦ୍ଧାର କରିବା ପରେ ମୃତ ବ୍ୟକ୍ତି ଜଣଙ୍କ ମହିଳା ବୋଲି ଜାଣିବାକୁ ପାଇଥିଲେ ।
ତେବେ ମହିଳା ଜଣକ କିଏ? ସ୍ଥାନୀୟ ନା ଆଉ କେହି ତାଙ୍କୁ ମାରି ପକାଇ ଦେଇଛି । ତାହାର ତଦନ୍ତ କରୁଛି ପୋଲିସ । ଶବ ବ୍ୟବଚ୍ଛେଦ ପରେ ହତ୍ୟା ନା ଆଉ କିଛି ସ୍ୱଷ୍ଟ ହେବ ବୋଲି ପୋଲିସ କହିଛି ।
ତେବେ ମହିଳା ଜଣକ କିଏ? ସ୍ଥାନୀୟ ନା ଆଉ କେହି ତାଙ୍କୁ ମାରି ପକାଇ ଦେଇଛି । ତାହାର ତଦନ୍ତ କରୁଛି ପୋଲିସ । ଶବ ବ୍ୟବଚ୍ଛେଦ ପରେ ହତ୍ୟା ନା ଆଉ କିଛି ସ୍ୱଷ୍ଟ ହେବ ବୋଲି ପୋଲିସ କହିଛି ।
Powered by Froala Editor