ହେରାଲ୍ଡ ହାଉସ୍ ର ‘ୟଙ୍ଗ ଇଣ୍ଡିଆନ’ କାର୍ଯ୍ୟାଳୟ ସିଲ
ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ବଡ଼ କାର୍ଯ୍ୟାନୁଷ୍ଠାନ କରିଛନ୍ତି। ହେରାଲ୍ଡ ହାଉସ୍ ସ୍ଥିତ ‘ୟଙ୍ଗ ଇଣ୍ଡିଆନ’ କାର୍ଯ୍ୟାଳୟକୁ ସିଲ କରି ଦିଆଯାଇଛି। ନ୍ୟାଶନାଲ ହେରାଲ୍ଡ ଖବର କାଗଜକୁ ଆସୋସିଏଟ ଜର୍ଣ୍ଣାଲ ଲିଃ ଚଳାଉଥିଲା। ଏହାକୁ ୟଙ୍ଗ ଇଣ୍ଡିଆନ ଲିଃ ଅଧିଗ୍ରହଣ କରିଥିଲେ। ତେବେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବାରୁ ଇଡି ମନିଲଣ୍ଡରିଂ ମାମଲା ରୁଜୁ କରିଛି। ଏଥିପାଇଁ ହେରାଲ୍ଡ ହାଉସରେ ଥିବା ୟଙ୍ଗ ଇଣ୍ଡିଆନ ଲିଃ ଅଫିସକୁ ସିଲ କରାଯାଇଛି।
ସୂତ୍ର ଅନୁସାରେ ୟଙ୍ଗ ଇଣ୍ଡିଆନ କମ୍ପାନୀର ୩୮ ପ୍ରତିଶତ ସେୟାର ସୋନିଆ ଗାନ୍ଧିଙ୍କ ନିକଟରେ ରହିଛି। ସେହିପରି ରାହୁଲ ଗାନ୍ଧି ମଧ୍ୟ ସମାନ ସଂଖ୍ୟକ ସେୟାରର ମାଲିକ ଅଛନ୍ତି। ମଙ୍ଗଳବାର ଇଡିର ଅଧିକାରୀମାନେ ଏହି ବିଲଡିଂରେ ରେଡ କରିଥିଲେ। ଇଡି ପଚରା ଉଚରା କାଳରେ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧି ଯେଉଁ ସବୁ ପ୍ରଶ୍ନର ଜବାବ ଦେଇନଥିଲେ ସେ ସବୁର ଉତ୍ତର ଖୋଜିବା ପାଇଁ ଇଡି ମଙ୍ଗଳବାର ହେରାଲ୍ଡ ହାଉସ୍ ଉପରେ ଚଢଉ କରିଥିଲେ। ଇଡିଙ୍କ ଏହି ଚଢଉ କେବଳ ଦିଲ୍ଲୀର ହେରାଲ୍ଡ ହାଉସ୍ ମଧ୍ୟରେ ସୀମିତ ନଥିଲା। ଏହି ସମୟରେ ଏକକାଳୀନ ଦେଶର ୧୨ଟି ସ୍ଥାନ ଉପରେ ଇଡି ଚଢଉ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ ନ୍ୟାସନାଲ ହେରଲ୍ଡ ମାମଲାକୁ ଇଡି ମନିଲଣ୍ଡ୍ରିଂ ଦିଗରୁ ଯାଞ୍ଚ କରୁଛନ୍ତି ଓ ଏହି ମାମଲାରେ ରାହୁଲ ଓ ସୋନିଆ ଗାନ୍ଧିଙ୍କୁ ପଚରାଉଚରା ମଧ୍ୟ କରିଛନ୍ତି।
Powered by Froala Editor