ସଂସଦରେ ଅଜବ ଦୃଶ୍ୟ, ବାଇଗଣ ଖାଇଲେ ସାଂସଦ
ନୂଆଦିଲ୍ଲୀ : ସଂସଦରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଟିଏମ୍ସି ସାଂସଦ ଆଜି ସଂସଦକୁ କଂଚା ବାଇଗଣ ଆଣି ଆସିଥିଲେ ଏବଂ ଦରବୃଦ୍ଧି ପ୍ରସଙ୍ଗରେ ଆଲୋଚନା ସମୟରେ ସେ ଏହି କଞ୍ଚା ବାଇଗଣରୁ ଖଣ୍ଡେ ଚୋବାଇ ଦରବୃଦ୍ଧି ସମସ୍ୟା ସଂକ୍ରାନ୍ତରେ କହିଥିଲେ । ଟିଏମ୍ସି ସାଂସଦ କାକଳୀ ଘୋଷ ଦଷ୍ଟିଦାର ଆଜି ଲୋକସଭାରେ ଦରବୃଦ୍ଧି ପ୍ରସଙ୍ଗରେ ଆଲୋଚନା ଆରମ୍ଭ ହେବାରୁ ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇଥିଲେ ।
କିନ୍ତୁ ଏହି ସମାନ ସମୟରେ ସେ କହିଥିଲେ , ସରକାର କ’ଣ ଆମକୁ କଂଚା ପନିପରିବା ଖାଇବାକୁ ଚାହୁଛନ୍ତି । ଏଲ୍ପିଜି ଗ୍ୟାସ ସିଲିଣ୍ଡର ଦର ଯେଉଁଭଳି ଭାବେ ବଢ଼ୁଛି ଏହାଦ୍ୱାରା ଲୋକମାନେ ଦିନେ ପନିପରିବା ନରାନ୍ଧି ଏହାକୁ କଂଚା ଖାଇବା ଏଭଳି ମନ୍ତବ୍ୟ ରଖିବା ସମୟରେ କାକଳୀ ନିଜେ ହାତରେ ଧରିଥିବା କଂଚା ବାଇଗଣରୁ ଖଣ୍ଡେ କାମୁଡ଼ିବା ଦେଖିବାକୁ ମିଳିଛି । ଗ୍ୟାସ ଦର କମାଇବାପାଇଁ ସେ ଦାବି କରିଛନ୍ତି ।
Powered by Froala Editor