ରୋଗରେ ପୀଡିତ ଥିଲେ, ଆତ୍ମହତ୍ୟା କଲେ ଏନଟିଆର୍ଙ୍କ ସାନ ଝିଅ
ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମାରାଓଙ୍କ ସାନ ଝିଅ କେ. ଉମା ମାହେଶ୍ବରୀଙ୍କ ମୃତ ଦେହ ତାଙ୍କ ହାଇଦ୍ରାବାଦ ଜୁବୁଲି ହିଲସ୍ଥିତ ବାସଭବନରୁ ମିଳିଛି । ସେ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି । ଆଜି ତାଙ୍କର ଝୁଲନ୍ତା ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି। ଦୀର୍ଘ ମାସ ହେଲାଣି ଉମା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଇ ଗତି କରୁଥିଲେ। ତାଙ୍କର ଏକାଧିକ ଚିକିତ୍ସା ମଧ୍ୟ ଚାଲିଥିଲା। ସମ୍ଭବତଃ ଏହି କାରଣ ପାଇଁ ସେ ଜୀବନ ହାରିଥିବା କୁହାଯାଉଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ତାଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
ଜୁବୁଲି ହିଲ୍ସ ପୁଲିସ ଅଧିକାରୀ ରାଜଶେଖର ରେଡ୍ଡୀ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ମନେହେଉଛି । ତାଙ୍କ ମୃତଦେହକୁ ଓସମାନିଆ ହସପିଟାଲକୁ ନିଆଯାଇଛି ।
ଏନ.ଟି,ରାମାରାଓଙ୍କ ୪ ଝିଅଙ୍କ ମଧ୍ୟରୁ ସେ ଥିଲେ ସବୁଠାରୁ ସାନ ଝିଅ । ସେ ମଧ୍ୟ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁଙ୍କ ଶାଳୀ ।
Powered by Froala Editor