ଏସ୍ୟୁଭିରୁ ପୁଳା ପୁଳା ଟଙ୍କା ଜବତ, ୩ କଂଗ୍ରେସ ବିଧାୟକ ବିଦା

ଗାଡ଼ିରେ ବିପୁଳ ପରିମାଣର ନଗଦ ଟଙ୍କା ନେଇ ଯାଉଥିବା ବେଳେ ପଶ୍ଚିମବଙ୍ଗ ପୁଲିସ ହାତରେ ଧରାପଡ଼ିଥିବା ୩ଜଣ ବିଧାୟକଙ୍କୁ ଆଜି କଂଗ୍ରେସ ପାର୍ଟି ନିଲମ୍ବନ କରିଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିର୍ଦ୍ଦେଶ ପରେ ରାଞ୍ଚିର ଖିଜରିରୁ ବିଧାୟକ ଥିବା ରାଜେଶ କଚ୍ଛପ, କଙ୍ଗାରି ସିମଡେଗାସ୍ଥିତ କୋଲେବିରାରୁ ନମାନ ବିକ୍ସେଲ କଙ୍ଗାରି ଏବଂ ଜାମତାରାର ଇରଫାନ ଅନସାରୀଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇଛି। ଏନେଇ ଝାଡଖଣ୍ଡର କଂଗ୍ରେସ ମୁଖପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସେମାନେ ୧୬ ନମ୍ବର ଜାତୀୟ ରାଜପଥରେ ଗୋଟାଏ ‘ଏସ୍ୟୁଭି’ରେ ଯାତ୍ରା କରୁଥିବା ବେଳେ ରାଣୀହାତୀରେ ପଶ୍ଚିମବଙ୍ଗ ପୁଲିସ ତାଙ୍କ ଗାଡ଼ି ଅଟକାଇଥିଲା। ଏମାନେ ଶନିବାର ରାତିରେ ଜମତାରା ଅଞ୍ଚଳରୁ ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଅଞ୍ଚଳକୁ ଯାଉଥିଲେ। ଏତିକି ବେଳେ ପଶ୍ଚିମବଙ୍ଗ ପୁଲିସ ସେମାନଙ୍କ ଗାଡି ଅଟକାଇ ଯାଞ୍ଚ କରିଥିଲା। ଏସ୍ୟୁଭି ଗାଡିରୁ ପୁଲା ପୁଲା ଟଙ୍କା ଜବତ କରିଥିଲା ପୁଲିସ। ଏହି ଟଙ୍କା ଗଣିବା ପାଇଁ ପୁଲିସ ଟଙ୍କା ଗଣିବ ମେସିନ ମଧ୍ୟ ମଗାଇଥିଲା। ବିଧାୟକଙ୍କ ଗାଡି ଭିତରୁ ପାଖାପାଖି ୪୮ ଲକ୍ଷ ଟଙ୍କା ମିଳିଥିଲା। ତେବେ ପଚରାଉଚରା ବେଳେ ୩ ବିଧାୟକଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନାହିଁ। ସମସ୍ତ ବିଧାୟକ ଭିନ୍ନ ଭିନ୍ନ ବୟାନ ଦେଇଛନ୍ତି।
Powered by Froala Editor