ଭ୍ୟାକସିନ୍ ପାଇଁ ତତ୍କାଳ ପରିସ୍ଥିତି, ଘଣ୍ଟା ଘଣ୍ଟା ପରେ ବି ମିଳୁନି ସ୍ଲଟ୍!

ନୂଆଦିଲ୍ଲୀ: କରୋନାକୁ ନେଇ ସବୁଠି ଭୟର ବାତାବରଣ । ଲୋକେ ଏବେ ଘରୁ ବାହାରକୁ ପାଦ କାଢ଼ୁନାହାନ୍ତି । ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ଏକମାତ୍ର ବାଟ ହେଉଛି ଭ୍ୟାକସିନ୍ । ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ଭ୍ୟାକସିନ୍ ଦେବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି । କିନ୍ତୁ ଟିକାର କମ୍ ଉପଲବ୍ଧ କାରଣରୁ ଲୋକଙ୍କୁ ସାମାନ୍ୟ ସମସ୍ୟା ହେଉଛି । ଭ୍ୟାକସିନର ସ୍ଲଟ୍ ବୁକ୍ କରିବା ପାଇଁ ଲୋକେ ଘଣ୍ଟା ଘଣ୍ଟା ଧରି ଲ୍ୟାପଟପ୍ ଓ ମୋବାଇଲ୍ ଧରି ବସୁଛନ୍ତି । କିନ୍ତୁ ଲୋକେ ସ୍ଲଟ୍ ବୁକ୍ କରିପାରୁ ନାହାନ୍ତି । ଏଭଳି ସ୍ଥିତିରେ ଏବେ ଭ୍ୟାକସିନ୍ ପାଇଁ ସ୍ଲଟ୍ ବୁକ୍ କରିବା ଲୋକଙ୍କୁ ରେଲୱେ ଟିକେଟ୍ ବୁକିଂ କରିବା କଥା ମନେ ପକାଇ ଦେଉଛି।
ଅବି କଥପାଲିୟା ନାମକ ଜଣେ ବ୍ୟକ୍ତି ନିଜର ଓ ନିଜ ଭଉଣୀ ପାଇଁ ଭ୍ୟାକସିନ୍ ସ୍ଲଟ୍ ବୁକ୍ କରିବାକୁ ଗତ କିଛି ଦିନ ଧରି ଲ୍ୟାପଟପ୍ ଆଗରେ ଘଣ୍ଟା ଘଣ୍ଟା ବିତାଉଥିବା କହିଛନ୍ତି। ତାଙ୍କ ଭଳି ଆଉ କିଛି ଲୋକ ମଧ୍ୟ ଅଭିଯୋଗ ଆଣୁଛନ୍ତି ଯେ କୋୱିନ୍ ୱେବସାଇଟରେ ସ୍ଲଟ୍ ବୁକ୍ କରିବା ବହୁତ କଷ୍ଟ। କଥପାଲିୟାଙ୍କ କହିବା ଅନୁଯାୟୀ, ସେ ଦୈନିକ ପାଖାପାଖି ୩ ଘଣ୍ଟା ଧରି ରିଫ୍ରେସ୍ କରୁଛନ୍ତି। ସମସ୍ୟା ହେଉଛି ଯେ ଯେତେବେଳେ ଭ୍ୟାକସିନ୍ ସ୍ଲଟ୍ ମିଳେ, ସେଥିରେ କ୍ୟାପଚା ପୂରଣ କରିବାକୁ ପଡ଼ିଥାଏ। ଯଦି ଏହାକୁ କ୍ଲିୟର କରାନଗଲା କିମ୍ବା ଏଥିରେ କୌଣସି ଭୁଲ୍ ହେଲା, ତାହେଲେ ସ୍ଲଟ୍ ତୁରନ୍ତ ପୂରଣ ହୋଇଯାଏ। ଯେତେବେଳେ ସଠିକ୍ ଭାବରେ ଆଗକୁ ବଢ଼ୁୂଛୁ, ସେତେବେଳକୁ ସ୍ଲଟ୍ ପୂରଣ ହୋଇଯାଉଛି। କଥପାଲିଆଙ୍କ କହିବା ଅନୁଯାୟୀ, ଯାହା ପାଖରେ ହାଇ ସ୍ପିଡ୍ ଇଣ୍ଟରନେଣ୍ଟ ଓ ଉନ୍ନତ ସ୍ମାର୍ଟଫୋନ୍ ନାହିଁ, ସେମାନଙ୍କ ପାଇଁ ଆହୁରି ସମସ୍ୟା ହେଉଥିବ।
Powered by Froala Editor