ଯୁବକଙ୍କୁ ଅପହରଣ ଅଭିଯୋଗ

ଆଠଗଡ଼: ଗାଁ ବିବାଦରୁ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରି କଟକ ଜିଲ୍ଲା ଆଠଗଡ଼ ବ୍ଳକ୍ ମହାକାଳବସ୍ତ ଛକରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ସ୍ଥାନୀୟ ସରପଞ୍ଚଙ୍କ ପୁଅ ଆଲୋକ ବଳିଆରସିଂହ ତାଙ୍କୁ ଅପହଣ କରିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏମିତିକି ଗାଁ ଲୋକେ ସଂଘବଦ୍ଧ ଭାବେ ସରପଞ୍ଚଙ୍କ ଘରେ ପଶି ଗାଡ଼ି ଭଙ୍ଗାରୁଜା କରିଥିବା ମଧ୍ୟ ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ଗାଁର ରାଜେନ୍ଦ୍ର ପୁହାଣ ନାମକ ଜଣେ ଯୁବକ ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ତାଙ୍କ ବାପାଙ୍କ ପାଇଁ ଔଷଧ ଆଣିବା ପାଇଁ ବାଇକ୍ ଯୋଗେ ଆଠଗଡ଼ ଯାଇଥିଲେ। ସେଠାରୁ ଫେରିବା ବାଟରେ ଆଠଗଡ଼ ଥାନା ଅନ୍ତର୍ଗତ ଦଇସରା ଗାଁ ନିକଟରେ ତାଙ୍କୁ ଅପହରଣ କରାଯାଇଥିଲା। ଦଇସରା ନିକଟରେ ରାଜେନ୍ଦ୍ରଙ୍କ ବାଇକ୍ ଓ ମୋବାଇଲ୍ ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। କିନ୍ତୁ ରାଜେନ୍ଦ୍ରଙ୍କୁ ପାଇ ନଥିଲେ।
Powered by Froala Editor