ଟ୍ରେନି ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ
ଏକ ସିଙ୍ଗିଲ ସିଟର ଟ୍ରେନର ଟ୍ରେନି ଏଆରକ୍ରାଫ୍ଟ ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ କ୍ରାଶ୍ ହୋଇଛି। ଏଥିରେ ଟ୍ରେନି ପାଇଲଟ୍ ଗୁରୁତର ହୋଇଛନ୍ତି। ଆହତ ହୋଇଥିବା ପାଇଲଟଙ୍କ ନାଁ ଭାବିକା ରାଠୋଡ଼।
ବିମାନଟି ସକାଳେ ବାରାମତୀରୁ ଉଡ଼ାଣ ଭରିଥିଲା । ଟ୍ରେନିଂ ବେଳେ ବିମାନଟି ଖସି ପଡ଼ିବା ଯୋଗୁ ମହିଳା ପାଇଲଟ ଆହତ ହୋଇଛନ୍ତି । ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଟୁ ସିଟର ଏହି ଏୟାରକ୍ରାଫ୍ଟଟି ଇନ୍ଦାପୁରର ଏକ ଚାଷଜମିରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିଥିଲା । କାରବେର ଆଭିଏସନର ଏହି ବିମାନରେ ଟ୍ରେନିଂ ବେଳେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଯିବା ଯୋଗୁ ପାଇଲଟ ଏହାକୁ ଏମର୍ଜେନ୍ସି ଲ୍ୟାଣ୍ଡ କରିଥିଲେ । ବିମାନଟି ତଳେ ମାଡ଼ ହୋଇ ଭାଙ୍ଗିଯାଇଥିଲା । ସ୍ଥାନୀୟ କିଛି ଯୁବକ ଘଟଣା ସ୍ଥଳରେ ପହଞ୍ଚି ପାଇଲଟଙ୍କୁ ଉଦ୍ଧାର କରିଥିଲେ ।
ଏହା ଏକ ଛୋଟଧରଣର ଏୟାରକ୍ରାଫ୍ଟ ହୋଇଥିବା ବେଳେ ବୈଶୟିକ ତ୍ରୁଟି ଯୋଗୁ କ୍ରାଶ ହୋଇଥିବା କୁହାଯାଉଛି।
Powered by Froala Editor