ଡଲାର ତୁଳନାରେ ସର୍ବନିମ୍ନ ଖସିଲା ଟଙ୍କା
ଟଙ୍କା ସର୍ବକାଳୀନ ନିମ୍ନ ସ୍ତରକୁ ପହଞ୍ଚି ଯାଇଛି। ମଙ୍ଗଳବାର କାରବାର ଆରମ୍ଭରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ଆହୁରି ୭ ପଇସା ହ୍ରାସ ହୋଇ ୮୦ଟଙ୍କା ୦୫ ପଇସାକୁ ପହଞ୍ଚିଛି। ମଙ୍ଗଳବାର ସକାଳ ୯.୧୦ରେ ଟଙ୍କା ଡଲାର ତୁଳନାରେ ୮୦.୦୧ ଡଲାରରେ କାରବାର କରିଥିଲା, ଯାହା ପୂର୍ବ ତୁଳନାରେ ୦.୦୩% ହ୍ରାସ ପାଇଥିଲା। ବିଶ୍ୱ ବଜାରରେ ତୈଳ ଦର ବୃଦ୍ଧି କାରଣରୁ ଏହାର ପ୍ରଭାବ ଭାରତୀୟ ବଜାରରେ ଦେଖିବାକୁ ମିଳିଛି।
ୟୁକ୍ରେନ ଉପରେ ଋଷିୟାର ଆକ୍ରମଣ ପରେ ଅଶୋଧିତ ତୈଳ ମୂଲ୍ୟ ଉପରତଳ ହେଉଛି। ଯୁଦ୍ଧ ଆରମ୍ଭ ପରଠାରୁ ବାରଲ ପିଛା ବ୍ରେଣ୍ଟ କ୍ରୁଡ ଦର ୧୦୦ ଡଲାରରୁ ୧୨୩ ଡଲାରକୁ ପହଞ୍ଚିଯାଇଛି। ଏହା ଛଡା ଖାଦ୍ୟ ଯୋଗାଣ ଉପରେ ମଧ୍ୟ ପ୍ରଭାବ ପଡିଛି। ଫଳରେ ସାରା ବିଶ୍ୱ ଏବେ ମୂଲ୍ୟବୃଦ୍ଧିର ସମ୍ମୁଖୀନ ହୋଇଛି।
ଆମେରିକାର ମୁଦ୍ରାସ୍ପିତି ୪୦ ବର୍ଷର ଉଚ୍ଚତମ ସ୍ତରକୁ ପହଞ୍ଚିଛି। ପରିସ୍ଥିତି ଆୟତ କରିବା ପାଇଁ ଫେଡରାଲ ରିଜର୍ଭ ବାରମ୍ବାର ସୁଧହାର ବଢାଇ ଚାଲିଛନ୍ତି। ଏଥିରେ ଗତ ଜୁନ ମାସରେ ସୁଧହାରରେ ୦.୭୫ ପ୍ରତିଶତ ବଢାଇ ଦେବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ସୁଧହାରରେ ଏପରି ବୃଦ୍ଧି ଗତ ୨୮ ବର୍ଷର ସବୁଠୁ ବଡ଼ ବୃଦ୍ଧି ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର କହିଥିଲେ ଯେ, ଡିସେମ୍ବର ୨୦୧୪ଠାରୁ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ୨୫ ପ୍ରତିଶତ ହ୍ରାସ ପାଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଏବଂ ଗତ ଫେବୃଆରୀରୁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ବିଗତ ଦିନରେ ଟଙ୍କାର ମୂଲ୍ୟ ହ୍ରାସ ପାଇଛି।

Powered by Froala Editor