ରାଜ୍ୟରେ ୧୦୬୫ କୋଭିଡ୍ ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟ ରାଜ୍ୟରୁ ୧୦୬୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ସଙ୍ଗରୋଧରୁ ୬୨୪ ଓ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୪୪୧ । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୨୨ ଆକ୍ରାନ୍ତ ଅଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୮୨୪୦ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
୨୮ ଜିଲ୍ଳାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୬୧ ଜଣ, କଟକରୁ ୧୩୫ ଜଣ, ସୁନ୍ଦରଗଡ଼ରୁ ୧୧୧ ଜଣ, ସମ୍ବଲପୁରରୁ ୫୮ ଜଣ, ମୟୂରଭଞ୍ଜରୁ ୫୨ ଜଣ, ପୁରୀରୁ ୪୪ ଜଣ, ସୋନପୁରରୁ ୩୧ ଜଣ,ଝାରସୁଗୁଡ଼ା ଓ ନୟାଗଡ଼ ଜିଲ୍ଲାରୁ ୧୮ ଜଣ ଲେଖାଁଏ, ଜଗତସିଂହପୁର ଓ ଯାଜପୁର ଜିଲ୍ଲାରୁ ୨୧ ଜଣ ଲେଖାଁଏ, ବାଲେଶ୍ବର ଓ କଳାହାଣ୍ଡି ଜିଲ୍ଲାରୁ ୧୪ ଜଣ ଲେଖାଁଏ, ରାୟଗଡ଼ାରୁ ୧୩ ଜଣ, ନୂଆପଡ଼ାରୁ ୧୧ ଜଣ, ବଲାଙ୍ଗୀରରୁ ୮ ଜଣ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରୁ ୬ ଜଣ ଲେଖାଁଏ, ଭଦ୍ରକ ଓ ଦେବଗଡ଼ ଜିଲ୍ଲାରୁ ୫ ଜଣ ଲେଖାଁଏ, କେନ୍ଦୁଝରରୁ ୪ ଜଣ, ଗଜପତି ଓ କୋରାପୁଟ ଜିଲ୍ଲାରୁ ୩ ଜଣ ଲେଖାଁଏ, ଢ଼େଙ୍କାନାଳରୁ ୨ ଜଣ, ବୌଦ୍ଧ ଓ ମାଲକାନଗିରି ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୁଲ୍ରୁ ୭୬ ଜଣ ଆକ୍ରାନ୍ତ ରହିଛନ୍ତିି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୯୮୨୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୩୭୬ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୮୩୬୮୩ଜଣ ସୁସ୍ଥ ହୋଇଛନ୍ତି ।
Powered by Froala Editor