ଓଜନକୁ ନିୟନ୍ତ୍ରଣ ରଖେ ମିକ୍ସ ସଲାଡ଼

ଆମ ମଧ୍ୟରୁ ଅଧିକାଂଶଙ୍କର ଧାରଣା ରହିଛିଯେ ସକାଳୁ ଉଠିବା ପରେ ହାଲୁକା ଖାଦ୍ୟ ଖାଇବା ଉଚିତ । ଏହି କାରଣରୁ ଅନେକେ ଜୁସ୍ ସହ କିଛି ଫଳ ଖାଇବାକୁ ପରାମର୍ଶ ଦେଇଥାନ୍ତି । ଆଉ ଲୋକମାନେ ମଧ୍ୟାହ୍ନ ଭୋଜନରେ ପନିପରିବା ସହ ରୁଟି ଏବଂ ଭାତ ଖାଇଥାନ୍ତି । ହାଲୁକା ଖାଦ୍ୟ ଭିତରେ ସାଲାଡ୍ ହେଉଛି ସର୍ବୋତ୍ତମ । ଏପରି ପରିସ୍ଥିତିରେ, ମଧ୍ୟାହ୍ନ ଭୋଜନରେ ସାଲାଡ ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭାଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସାଲାଡରେ କଣ କଣ ଥାଏ ।
ଫାଇବର- ବିଭିନ୍ନ ପ୍ରକାର ଫଳ ପନିପରିବାକୁ ନେଇ ପ୍ରସ୍ତୁତ ସାଲାଡରେ ଅନେକ ପ୍ରକାରର ମିନେରାଲ୍ସ, ଭିଟାମିନ୍ ଏବଂ ଫାଇବର ରହିଥାଏ । ଯାହା ଆପଣଙ୍କ ଶରୀର ପାଇଁ ଉପକାରୀ । ହଜମ ପ୍ରକ୍ରିୟାକୁ ସୁଚାରୁରୂପେ କାମ କରିବାରେ ସାହାଯ୍ୟ କରେ ।
ଓଜନକୁ ନିୟନ୍ତ୍ରଣରେ ରଖେ- ମଧ୍ୟାହ୍ନ ଭୋଜନରେ ସାଲାଡକୁ ନିୟମିତ ସାମିଲ୍ କରିବା ଉଚିତ୍। କାହିଁକି ନା ଏହା ଖାଇବା ଦ୍ବାରା ଶରୀରରେ ଭଲ ପରିମାଣର ଫାଇବର ଯୋଗାଇଥାଏ। ଯାହା ସୁସ୍ଥ ଓଜନ ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।
ଆଖି – ଆପଣ ସାଲାଡକୁ ନିୟମିତି ଖାଦ୍ୟରେ ସାମିଲ୍ କରନ୍ତୁ। ଏହା ଆପଣଙ୍କ ଆଖି ପାଇଁ ଲାଭଦାୟକ ହୋଇଥାଏ। ଏଥିରେ ଅନେକ ପୋଷକ ତତ୍ତ୍ୱ ଭିଟାମିନ୍ର ପରିମାଣ ଭରପୁର ରହିଥାଏ। ଏହି ପୋଷକ ତତ୍ତ୍ୱ ଆପଣଙ୍କ ଶରୀର ସହିତ ଆଖି ପାଇଁ ମଧ୍ୟ ଖୁବ୍ ଭଲ।
ମଧ୍ୟାହ୍ନ ଭୋଜନରେ ସାଲାଡ ଖାଇବା ଦ୍ବାରା ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ। ଏହି କାରଣରୁ, ପେଟ ଭାରୀ ହୁଏ ନାହିଁ ଏବଂ ଅଧିକ ଫାଇବର ହେତୁ ହଜମ ପ୍ରକ୍ରିୟା ମଧ୍ୟ ଭଲ କାମ କରେ।
ପନିପରିବା ପୁଷ୍ଟିକର ଖାଦ୍ୟ -ସାଲାଡରେ ପିଆଜ, ଟମାଟୋ, କାକୁଡି, ମୂଳା ଇତ୍ୟାଦି ପନିପରିବା ପକାଇ ଖାଇବା ଉଚିତ୍ । ଏହାଦ୍ୱାରା ଆପଣ ଅନେକ ପ୍ରକାରର ଖଣିଜ ପଦାର୍ଥ ପାଇଥାନ୍ତି।
Powered by Froala Editor