କଫି ପିଇଲେ ଭଲ ରହିଥାଏ କିଡ଼ନୀ

ବିଭିନ୍ନ ପ୍ରକାର ରୋଗ ପାଇଁ ବିଭିନ୍ନ ପ୍ରକାର ଔଷଧ ରହିଛି। ପୁଣି ବର୍ତ୍ତମାନ ଅଧିକ ମାତ୍ରାରେ ବଢ଼ିବାରେ ଲାଗିଛି ଏହି କିଡନୀ ରୋଗ। କିନ୍ତୁ ଆପଣ ଏହି ରୋଗରୁ ବଞ୍ଚିବା ପାଇଁ କଫି ପିଇ ପାରିବେ। ଏପରି ଯୁକ୍ତରାଷ୍ଟ୍ର ଆମେରିକାର କିଡନୀ ଇଣ୍ଟରନାସ୍ନାଲ ରିପୋର୍ଟ କହିଛି। ଯୁକ୍ତରାଷ୍ଟ୍ର ଆମେରିକାରେ କଫି ବହୁଳ ଭାବରେ ବ୍ୟବହୃତ ଡ୍ରିଙ୍କ। ସେଠାରେ ପ୍ରାୟ ୪୦୦ ମିଲିୟନ କପ୍ କଫି ପିଆଯାଏ।
ଯଦି ଆପଣ ମଧ୍ୟ ଆପଣଙ୍କର କିଡନୀର ଯତ୍ନ ନେବାକୁ ଚାହାଁନ୍ତି, ତେବେ କଫି ପିଇବା ଆରମ୍ଭ କରନ୍ତୁ। ନିକଟରେ ହୋଇଥିବା ଏକ ଆନ୍ତର୍ଜାତୀୟ ରିପୋର୍ଟରେ କୁହାଯାଇଛି ଯେ କଫି ପିଇବା ଶରୀରକୁ ସୁସ୍ଥ ରଖେ ଏବଂ ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକ ଭଲ କାମ କରିଥାଏ। ଖାସକରି ବ୍ଲାକ୍ କଫି ପିଇବା ଦ୍ୱାରା ଶରୀରରେ ଥିବା ଚର୍ବି ମଧ୍ୟ କମିଯାଏ ଏବଂ ଶରୀର ଅଧିକ ସକ୍ରିୟ ରହିଥାଏ।
ଅନୁସନ୍ଧାନ ଅନୁଯାୟୀ, କଫି ପିଇବା ଦ୍ୱାରା କିଡନୀ ଭଲ ରହିଥାଏ ଏବଂ ଏହା ଅନେକ କାର୍ଯ୍ୟରେ ମଧ୍ୟ ସାହାଯ୍ୟ କରିଥାଏ। ଅନୁସନ୍ଧାନ ଅନୁଯାୟୀ ଦୈନିକ ୨ ରୁ ୩ କପ୍ କଫି ପିଇବା ଦ୍ୱାରା କିଡନୀ ନଷ୍ଟ ହେବାର ଆଶଙ୍କା ୨୩ ପ୍ରତିଶତ କମିଯାଏ। ଗବେଷକମାନଙ୍କର ବିଷୟ ଥିଲା କିଡନୀ ରୋଗ।ଏହା ଏକ ପ୍ରକାର ରୋଗ, ଯେଉଁଥିରେ କିଡନୀର ସମସ୍ତ କାର୍ଯ୍ୟ ହଠାତ୍ ଦୁର୍ବଳ ହୋଇଯାଏ। ବରିଷ୍ଠ ଡାକ୍ତର ସୁନୀଲ ପ୍ରକାଶ ବ୍ୟାଖ୍ୟା କରିଛନ୍ତି ଯେ କଫିରେ କିଛି ବାୟୋ ଆକ୍ଟିଭ ସକ୍ରିୟ କମ୍ପାଉଏଣ୍ଡ୍ସ ମିଳିଥାଏ, ଯାହା କିଡନୀରେ ଅମ୍ଳଜାନର ବ୍ୟବହାରକୁ ଠିକ୍ ଭାବେ ସଞ୍ଚାଳନ କରିଥାଏ।
ଡକ୍ଟର ପ୍ରକାଶଙ୍କ ଅଧ୍ୟୟନରେ ଦେଖିବାକୁ ମିଳିଛି ଯେ ରକ୍ତ ପରୀକ୍ଷା ମାଧ୍ୟମରେ କିଡନୀର ପ୍ରଭାବ ବିଷୟରେ ଜଣାପଡ଼ିଥାଏ। କିଡନୀରେ ଗ୍ଲୋମେରୁଲି ନାମକ କ୍ଷୁଦ୍ର ଫିଲ୍ଟର ଥାଏ, ଯାହା ଆମ ରକ୍ତରୁ ବର୍ଜ୍ୟବସ୍ତୁ ସଫା କରିଥାଏ। ଯଦିଓ କିଡନୀ ସୁରକ୍ଷା ଦୃଷ୍ଟିରୁ ବହୁତ ଭଲ ଡ୍ରିଙ୍କ ଅଛି, ତଥାପି ଚା’ କୁ ଭାରତରେ ଅଧିକାଂଶ ଲୋକ ପସନ୍ଦ କରନ୍ତି।
ଅନ୍ୟପକ୍ଷରେ, କଫିରେ କେବଳ ଭଲ ଗୁଣ ନାହିଁ ଖରାପ ଗୁଣ ମଧ୍ୟ ରହିଛି। ଅତ୍ୟଧିକ କଫି ପିଇବା ଦ୍ଵାରା ରକ୍ତଚାପ ବୃଦ୍ଧି ହେବାର ଆଶଙ୍କା ଥାଏ। ଏଥିରେ ମିଳୁଥିବା କ୍ୟାଫିନ୍ ହୃଦଘାତ ଏବଂ ଷ୍ଟ୍ରୋକରେ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ।
ଗବେଷଣା ଅନୁଯାୟୀ କଫି ପିଇବା ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟ ଉପକାରିତା ପ୍ରକାଶ ପାଇଛି। ନିୟମିତ ବ୍ୟବହୃତ ବ୍ଲାକ୍ କଫିରେ ଅନେକ ଯୌଗିକ ପଦାର୍ଥ ରହିଛି। ମିଥାଇଲକ୍ସାଣ୍ଟାଇନ୍ ଆଲକାଲଏଡ୍ ଯାହା ଆଡେନୋସାଇନ୍ ରିସେପ୍ଟରର ବିରୋଧୀ ଭାବରେ କାର୍ଯ୍ୟ କରିଥାଏ। ଏହା କିଡନୀ ରୋଗର ଆଶଙ୍କା ମଧ୍ୟ କମାଇ ଥାଏ। ତେବେ ଏହାକୁ ସବୁଦିନେ ଆପଣ ପିଇ ପାରିବେ କିନ୍ତୁ କମ୍ ମାତ୍ରାରେ।
Powered by Froala Editor