ରାଜ୍ୟରେ ୧୦୬୩୫ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୧୦୬୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୬୦୧୨ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୪୬୨୩ ଜଣ ସଂକ୍ରମିତ ହୋଇଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୫୫୯, ବାଲେଶ୍ୱରରେ ୩୦୧, ବରଗଡ଼ରେ ୪୪୩, ଭଦ୍ରକରେ ୧୦୦, ବଲାଙ୍ଗୀରରେ ୩୧୮, ବୌଦ୍ଧରେ ୧୭୯, କଟକରେ ୮୮୭, ଦେବଗଡ଼ରେ ୧୩୭, ଢେଙ୍କାନାଳରେ ୧୪୬, ଗଜପତିରେ ୧୦୧, ଗଞ୍ଜାମରେ ୨୬୬, ଜଗତସିଂହପୁରରେ ୧୪୦, ଯାଜପୁରରେ ୨୯୦, ଝାରସୁଗୁଡ଼ାରେ ୪୫୬, କଳାହାଣ୍ଡିରେ ୪୬୯, କନ୍ଧମାଳରେ ୭୩, କେନ୍ଦ୍ରାପଡ଼ାରେ ୧୧୭, କେନ୍ଦୁଝରରେ ୧୯୩, ଖୋର୍ଦ୍ଧାରେ ୧୫୬୪, କୋରାପୁଟରେ ୧୨୭, ମାଲକାନାଗିରିରେ ୭୯, ମୟୂରଭଞ୍ଜରେ ୧୭୯, ନବରଙ୍ଗପୁରରେ ୩୩୬, ନୟାଗଡ଼ରେ ୨୫୩, ନୂଆପଡ଼ାରେ ୩୨୪, ପୁରୀରେ ୪୩୪, ରାୟଗଡ଼ାରେ ୧୫୮, ସମ୍ବଲପୁରରେ ୬୪୧, ସୋନପୁରରେ ୧୪୯, ସୁନ୍ଦରଗଡ଼ରେ ୯୪୩ ଓ ରାଜ୍ୟ ପୁଲରେ ୨୭୩ ଜଣ ସଂକ୍ରମିତ ହୋଇଛନ୍ତି ।
Powered by Froala Editor