ଦିନରେ ଲାଗୁ ହୋଇପାରେ କର୍ଫୁ୍ୟ: ବାଚସ୍ପତି

ଭୁବନେଶ୍ୱର: ରାଜ୍ୟର କରୋନା ପରିସ୍ଥିତି ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହୁ କହୁ ଏକ ବଡ଼ କଥା କହିଛନ୍ତି । କରୋନା ପରିସ୍ଥିତି ନେଇ ରାଜ୍ୟର ୧୦ଟି ଜିଲ୍ଲାରେ ନାଇଟ କର୍ଫୁ୍ୟ ସମ୍ପର୍କରେ ଘୋଷଣା କରାଯାଇଥିବାବେଳେ ଏଣିକି ରାଜ୍ୟରେ ଦିନବେଳେ କର୍ଫୁ୍ୟ ଲାଗୁ ହୋଇପାରେ ବୋଲି ବାଚସ୍ପତି କହିଛନ୍ତି ।
ସେ କହିଛନ୍ତି ଯେ, ଆସନ୍ତା ୪/୫ ଦିନ ମଧ୍ୟରେ ଦିନରେ କର୍ଫୁ୍ୟ ଲାଗୁ ହୋଇପାରେ । ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଏହି ନିଷ୍ପତ୍ତି ନିଆଯାଇପାରେ । ଖାଲି ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଅନୁଧ୍ୟାନ କରୁଥିବା ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି । ସେହିପରି କରୋନା ନେଇ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ପାଚସ୍ପତି କହିଛନ୍ତି ।